କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ମାଳିପଦର ଫେକ୍ ଏନକାଉଣ୍ଟର ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସ । ମୃତକ ଶ୍ରମିକ ଧନ କମାର ଓ ଜୟ କୁମାର ନାଗଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ପ୍ରଦାନ ଲାଗି କଂଗ୍ରେସ ଦାବୀ କରିଛି କଂଗ୍ରେସ । ଏଥି ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପୁରା ମାମଲାରେ ସିବିଆଇ ତଦନ୍ତ ଦାବୀ ନେଇ ଆଜି ମାଲକାନଗିରି ସହରରେ ଶହ ଶହ କଂଗ୍ରେସ କର୍ମୀ ଏକ ବିରୋଟ ପ୍ରତିବାଦ ଶୋଭା ଯାତ୍ରା କରିଛନ୍ତି ।
ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତିବ୍ରତାର କରିବା ଲାଗି ଚେତାବନୀ ଦେଇଛନ୍ତି । ଗତ ୧୦ ତାରିଖ ରାତିରେ ବୌପାରିଗୁଡା ମାଳିପଦର ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳବିନିମୟ ଘଟି ୨ ମାଓବାଦୀ ମୃତ୍ୟୁବରଣ କରିଥିବା ନେଇ କୋରାପୁଟ ପୁଲିସ ଦାବୀ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/hdhdhdhdhdhd.jpg)