କନକ ବ୍ୟୁରୋ : ଦେଢ ଶହ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାଶ୍ୱର୍କୁ ସ୍ଥାନାନ୍ତର କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ନୂଆ ମାଲଗୋଦାମ ପାଇଁ ବ୍ୟବସାୟୀ ସଂଘ ଚୂଡାନ୍ତ ରୁପରେଖ ପ୍ରସ୍ତୁତ କରିସାରିଛନ୍ତି । ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ଏନେଇ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି । ଖୁଚୁରା ବ୍ୟବସାୟୀମାନେ କଟକର ପୁରୁଣା ମାଲଗୋଦାମରେ ରହିବେ ।

Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ୩ଶହ ଛୋଟ, ବଡ ମାଲଗୋଦାମ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛିା ନଅଙ୍କ ଦୁର୍ଭିକ୍ଷ ପରେ ପରେ ଆରମ୍ଭ ହୋଇଥିବା ମାଲଗୋଦାମ ପ୍ରାୟ ୬୦ ଏକର ଜମିରେ ରହିଛି । ଦୈନିକ ଏଠାରେ ୨୦ କୋଟି ଟଙ୍କାର କାରବାର ହେଉଥିବା ବେଳେ ୪ ହଜାର ଲୋକଙ୍କ ଚଳପ୍ରଚଳ ହେଉଛି । ହେଲେ ଏବେ ଡ୍ରେନଜ ଅବ୍ୟବସ୍ଥା, ଅଣଓସାରିଆ ଗଳିକନ୍ଦି ରାସ୍ତା ସମସ୍ୟା, ପାର୍କିଂସ୍ଥାନରୁ ମାଲ ଅନଲୋଡିଂ କରି ମାଲଗୋଦାମକୁ ନେବା ମଧ୍ୟ ଅସୁବିଧା ସୃଷ୍ଟି କରୁଛି । ତେଣୁ ମାଲଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହେଉଛି ।