କନକ ବ୍ୟୁରୋ: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ କିଛି ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩ , ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ଅନ୍ୟପଟେ ସାନଖେମୁଣ୍ଡିର ବୁଥ୍ ନମ୍ବର ୪୫୭ ଓ ୪୮ରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା ।
ଏହାସହ ମତଦାନ ସମୟରେ କିଛି ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ରହିଛି । ଦିଗପହଣ୍ଡି, ବୁଥରେ ଏଜେଣ୍ଟ ପ୍ରବେଶକୁ ଉତ୍ତେଜନା ହୋଇଥିବାବେଳେ ଧରାକୋଟ୍ କୁସଗୁମ୍ମା ୨୧ ନମ୍ବର ବୁଥ୍ରେ ଦୁଇ ଏଜେଣ୍ଟଣ୍ଟଙ୍କ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/10-17.jpg)