ମ୍ୟାଲେରିଆ ରୋଗରୁ ରକ୍ଷା କରିବ ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡର ! ମ୍ୟାଲେରିଆକୁ ରୋକିବା ପାଇଁ ଗବେଷକ ଦେଲେ ମତ ।

Advertisment
ମ୍ୟାଲେରିଆ ରୋଗରୁ ରକ୍ଷା କରିବ ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡର ! ମ୍ୟାଲେରିଆକୁ ରୋକିବା ପାଇଁ ଗବେଷକ ଦେଲେ ମତ ।

batop.ru

ନିକଟରେ ଲଣ୍ଡନଠାରେ ଏକ ଗବେଷଣା କରାଯାଇଛି, ଏହି ଗବେଷଣା ମୁତାବକ ବ୍ରଶ୍ କରୁଥିବା ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡରର ବ୍ୟବହାରରୁ ମ୍ୟାଲେରିଆ ରୋଗର ନିରାକରଣ ହୋଇପାରିବ । ରିସର୍ଚ୍ଚ ମୁତାବକ ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡରରୁ ଟ୍ରାଇକ୍ଲୋଜନ୍ ନାମକ ଏକ ତତ୍ତ୍ୱ ମିଳିଛି ଯେଉଁଥିରେ ମ୍ୟାଲେରିଆରେ ଥିବା ବ୍ୟାକ୍ଟେରିଆ ସହଜରେ ମରି ଯାଇଥାଏ । ଏହି ତତ୍ତ୍ୱ ମ୍ୟାଲେରିଆକୁ ରୋକିବାରେ ସହାୟକ ହେବ । publive-imageଟୁଥପେଷ୍ଟରେ ଟ୍ରାଇକ୍ଲୋଜନ୍ ରହୁଥିବାରୁ ଏହା ଯକୃତରେ ଫେଟି ଏସିଡକୁ ପ୍ରସ୍ତୁତ କରିବାରେ ସହାୟକ ଇନୋୟଲ ରିଡକ୍ଟେଜ୍ (ଇଏନଆର୍)ନାମକ ଏକ ଏନଜାଇମକୁ ନିଷ୍କ୍ରୀୟ କରି ପ୍ଲେଗ୍ ଜୀବାଣୁକୁ ସୃଷ୍ଟି ହେବାକୁ ରୋକିଥାଏ । ଗବେଷକଙ୍କ କହିବାନୁସାରେ ଟ୍ରାଇକ୍ଲୋଜନ୍ ଇଏନଆର୍ ଏବଂ ଡିଏଚଇଆରକୁ ସିଧାସଳଖ ପ୍ରଭାବିତ କରିଥାଏ । ଏଥିପାଇଁ ଏହା ଯକୃତ ଏବଂ ରକ୍ତ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସୁଚନା ଅନୁସାରେ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ମ୍ୟାଲେରିଆ କାରଣରୁ ପ୍ରତିବର୍ଷ ୫ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe