ଜିମ ନଯାଇ ବି ରହିପାରିବେ ଫିଟ୍ । ପୁରୁଷମାନଙ୍କ ପାଇଁ  କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ  

30

ସମସ୍ତଙ୍କ ଉପରେ କାମର ଚାପ ରହିବା ସ୍ୱାଭାବିକ କଥା । ଆଜିକାଲି ଏହା ଏକ ସାଧାରଣ ଘଟଣା । ଯାହା ଦ୍ୱାରା ନିଜେ ମଧ୍ୟ ଶରୀରର ଯତ୍ନ ନେବାକୁ ମଧ୍ୟ ସମୟ ହୁଏନାହିଁ । କାର୍ଯ୍ୟବ୍ୟସ୍ତତା ଯୋଗୁ  ଖାଦ୍ୟପେୟ  ପ୍ରତି ଦୃଷ୍ଟି ଦେବାରେ ମଧ୍ୟ ସମସ୍ତେ ଅବହେଳା କରନ୍ତି । ତେଣୁ ଶରୀରର ଆକୃତିରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ । ବିଶେଷକରି ମୋଟାପଣ ଏକ ବିରାଟ ସମସ୍ୟା ସାଜିଥାଏ । କିନ୍ତୁ ଶରୀର ପ୍ରତି ବିଶେଷ ଧ୍ୟାନ ଦେଉଥିବା ବ୍ୟକ୍ତି ମାନେ ନିଜକୁ ଫିଟ ରଖିବା ପାଇଁ ଜିମ ଯାଇଥାନ୍ତି । ସେଥିପାଇଁ ଘଂଟା ଘଂଟା ସମୟ ଦେବାକୁ ପଡ଼ିଥାଏ । ତେବେ ପୁରୁଷଙ୍କର ଏଭଳି କିଛି ବଦ ଅଭ୍ୟାସ ରହିଥାଏ ଯାହା ଦ୍ୱାରା ସେମାନଙ୍କର ଶରୀରର ଆକୃତି ଠିକ ଭାବରେ ରହି ନଥାଏ । ମୋଟାପଣ ମଧ୍ୟ ବଢି ଯାଇଥାଏ । ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡ଼ିକ ବିଷୟରେ ।

-ମାଦକ ଦ୍ରବ୍ୟ ସେବନ

ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ଶରୀରର ଶକ୍ତି ହ୍ରାସ ପାଇଥାଏ । ଏହାଦ୍ୱାରା ଶରୀରର ବିକାଶରେ ମଧ୍ୟ ବିଭିନ୍ନ ଅସୁବିଧା ଦେଖାଯାଏ ଏବଂ ଏହାର ସ୍ୱାସ୍ଥ୍ୟ ଠିକ ରହିନଥାଏ । ଏହା ଠାରୁ ଦୂରେଇ ରହିବା ଦ୍ୱାରା ଶରୀରର ବିକାଶରେ କୌଣସି ସମସ୍ୟା ଦେଖାଯାଏ ନାହିଁ ଏବଂ ସ୍ୱାସ୍ଥ୍ୟ  ମଧ୍ୟ ଠିକ ରହିଥାଏ ।

-ଚିନ୍ତା

ଶରୀରର ସ୍ୱାସ୍ଥ୍ୟ ପରିବର୍ତ୍ତନରେ ଚିନ୍ତାର ଏକ ମୁଖ୍ୟ ଭୂମିକା ରହିଛି । ତେଣୁ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ  ଶରୀର ବିକାଶରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ଏବଂ ସ୍ୱାସ୍ଥ୍ୟ ଠିକ ରହିନଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ଛାଡ଼ି ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବା ଉଚିତ ।

-ନିଦ୍ରା

ଭଲ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିଥାଏ । ତେଣୁ ଶୋଇବା ସମୟ ପ୍ରତି ଦୃଷ୍ଟି ଦେବା ନିହାତି ଦରକାର । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନିକ ୬ ଘଂଟାରୁ ଅଧି୍କ ସମୟ ଶୋଇବା ଉଚିତ । ଏହା ଦ୍ୱାରା ଶରୀରରେ କୁପ୍ରଭାବ ପଡ଼ିନଥାଏ । ଯାହା ଦ୍ୱାରା ବଡରୋଗ ମଧ୍ୟ ହୋଇଥାଏ । ତେଣୁ ପୁରୁଷମାନେ ସବୁବେଳେ ନିଜର ନିଦ ପ୍ରତି ଯତ୍ନ ନେବା ଆବଶ୍ୟକ ଏବଂ ସକାଳେ ଉଠିବା ଦରକାର ।