କନକ ବ୍ୟୁରୋ: ଯେଉଁ ଗତିରେ ସମୁଦ୍ରର ଜଳସ୍ତର ବଢିବାରେ ଲାଗିଛି, ଦ୍ୱାବିଂଶ ଶତାବ୍ଦି ଆସୁ ଆସୁ ବିଶ୍ୱର କିଛି ଦେଶ ପାଣିରେ ବୁଡିଯାଇଥିବ । ଏକଥା ଶୁଣିବାକୁ ଅଜବ ଲାଗିଥିଲେ ବି ଏହି ପ୍ରସଙ୍ଗକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Advertisment

ଜଳବାୟୁ ପରିବର୍ତ୍ତନକୁ ନେଇ ହେଉଥିବା ଗବେଷଣା ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ବାଧ୍ୟ କରୁଛି । ଯଦି ମାଳଦୀପ ଓ ତୁବାଲୁ ପରି ଦେଶ ଯଦି ସମୁଦ୍ର ଜଳରେ ବୁଡିଯିବ, ତେବେ ଅନ୍ୟ ତଟବର୍ତ୍ତୀ ଦେଶ ଗୁଡିକର କ’ଣ ହେବ? ଏହାଉପରେ ଗୁରୁତର ସହ ବିଚାର କରିବା ଆରମ୍ଭ କରିଦେଇଛନ୍ତି ବୈଜ୍ଞାନୀକ ।ଗବେଷକ ଏହି ତଥ୍ୟ ପ୍ରକାଶ କରିବା ପରେ ମାଲଦୀପ ରାଷ୍ଟ୍ରପତି ମୋହମ୍ମଦ ନଶୀଦ ଚିନ୍ତା ପ୍ରକାଶ କରିଛନ୍ତି । କୌଣସି ଦେଶ ପାଇଁ ଏହାଠାରୁ ବଡ ବିପତ୍ତି ଆଉ କିଛି ହୋଇନପାରେ ବୋଲି ମାଲଦୀପ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ।

ଆମେରିକାର କ୍ଲାଇମେଟ୍ ଏକ୍ସପର୍ଟସଙ୍କ ତଥ୍ୟ ମୁତାବକ, ୧୨୦ ବର୍ଷରେ ସମୁଦ୍ରର ଜଳସ୍ତର ପାଖାପାଖି ୬ରୁ ୧୦ ଇଞ୍ଚ ବଢିଛି । ଯଦି ଏହି ଗତିରେ ସୁମଦ୍ର ବଢେ ତେବେ ଶତାବ୍ଦିର ଶେଷ ସୁଦ୍ଧା ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ଜଳସ୍ତର ୩୯ ଇଞ୍ଚ ବୃଦ୍ଧି ପାଇବ । ଫଳରେ କମ୍ ଉଚ୍ଚତାରେ ଥିବା ଦେଶ ତଥା ଦ୍ୱୀପ ଗୁଡିକ ପାଇଁ ବିପଦ ସୃଷ୍ଟି ହେବ । ବିଭିନ୍ନ ଦେଶ ଅନେକ ସମୟରେ ସାମୁଦ୍ରିକ ଝଡକୁ ସାମ୍ନା କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।