ମାଲଦୀପରେ ମୁଇଜୁଙ୍କ ପ୍ରଚଣ୍ଡ ବିଜୟ । ଭାରତ ଓ ମାଲଦୀପ ମଧ୍ୟରେ ସଂପର୍କକୁ ନେଇ ବଢିଲା ଚିନ୍ତା

320

କନକ ବ୍ୟୁରୋ : ମାଲଦୀନ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୁଣିଥରେ ମାଲଦୀପ ଭୋଟର କ୍ଷମତାସୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଉପରେ ଭରସା କରିଛନ୍ତି । ପାର୍ଟି ସଂସଦରେ ଏକାକୀ ବହୁମତ ହାସଲ କରିଛି । ୯୩ ସଦସ୍ୟ ବିଶିଷ୍ଟ ମାଲଦୀପ ସଂସଦରେ ପିପୁଲ୍ସ ନ୍ୟାସନାଲ ପାର୍ଟିର ୬୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

ଚୀନ ସହ ଆର୍ଥିକ ସଂପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଥିଲା । ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଓ ତାର ସହଯୋଗୀଦଳମାନଙ୍କ ପାଖରେ ଗତ ସଂସଦରେ ମାତ୍ର ୮ ଜଣ ସଦସ୍ୟ ଥିଲେ । ହେଲେ ବହୁମତ ନଥିବା କାରଣରୁ ଗତ ରାଷ୍ଟ୍ରପତି ନିର୍ବାଚନରେ ମୁଇଜୁ ଜିତିଥିଲେ ବି ସଂସଦରେ ବିଲ୍ ପାରିତ କରିବା ସହଜ ହେଉ ନଥିଲା ।

ସେପଟେ ଯଦି ମୁଇଜୁଙ୍କ କଥା ଦେଖିବା ମୁଇଜୁ ହେଉଛନ୍ତି ଚୀନର ସାଥୀ ଓ ଭାରତର ଘୋର ବିରୋଧୀ । ସେ ତାଙ୍କ ନିର୍ବାଚନ କ୍ୟାମ୍ପେନରେ ‘ଇଣ୍ଡିଆ ଆଉଟ୍’ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ କି ଭାରତ ମାଲଦୀପର ପୂର୍ବାଞ୍ଚଳରେ ଦେଶରେ ରାଷ୍ଟ୍ରୀୟ ସଂପ୍ରଭୁତା ଉପରେ ଦଖଲ କରିବାକୁ ଚେଷ୍ଟା କରୁଛି । ସେପଟେ ଲାକ୍ଷାଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ପରେ ଭାରତ ଓ ମାଲଦୀପ ମଧ୍ୟରେ ସଂପର୍କର ତିକ୍ତତା ଦେଖିବାକୁ ମିଳିଥିଲା ।