ଭାରତକୁ ଅପମାନିତ କଲା ମାଳଦ୍ୱୀପ ! ଉପହାରରେ ନୂଆଦିଲ୍ଲୀ ଦେଇଥିବା ହେଲିକପ୍ଟରକୁ ଫେରାଇନେବାକୁ କହିଲା ମାଲେ

Advertisment
ଭାରତକୁ ଅପମାନିତ କଲା ମାଳଦ୍ୱୀପ ! ଉପହାରରେ ନୂଆଦିଲ୍ଲୀ ଦେଇଥିବା ହେଲିକପ୍ଟରକୁ ଫେରାଇନେବାକୁ କହିଲା ମାଲେ

ଦିନକୁ ଦିକ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସର୍ମ୍ପକ ନିମ୍ନଗାମୀ ହେଉଛି । ଆଉ ଏଭଳି ସମୟରେ ଭାରତକୁ ପୁଣିଥରେ ଅପମାନ କରିଛି ମାଳଦ୍ୱୀପ । ଭାରତ ଉପହାର ଦେଇଥିବା ଦୁଇଟି ନୌସେନା ହେଲିକପ୍ଟର ‘ଧ୍ରୁବ’ରୁ ଗୋଟିଏ ଫେରାଇ ନେଇଯିବାକୁ ଭାରତ ସରକାରଙ୍କୁ ମାଳଦ୍ୱୀପ କହିଛି । ଭାରତ ସହ ନୌସେନା ସମାରାଭ୍ୟାସ କରିବାକୁ ମନା କରିବା ପର ମାଳଦ୍ୱୀପ ସରକାରଙ୍କର ଏଭଳି ନିଷ୍ପତି ନେବା ପଛରେ କାହାରା ହାତ ରହିଛି ତାହାକୁ ନେଇ ଏବେ ଚର୍ଚ୍ଚା ଲାଗିଛି ।

publive-imageଏକ ରିପୋର୍ଟ ଅନୁଯାୟୀ, ବାସ୍ତବ କାରଣ କ’ଣ ତାହା ଜାଣିବାକୁ ଅବଦ୍ଦୁଲ୍ଲା ୟାମୀନ ସରକାରଙ୍କ ସହ ଆଲୋଚନା ଚାଲିଥିବା ବେଳେ ଶୀର୍ଷସ୍ତରୀୟ ମାଳଦ୍ୱୀପ ସରକାରୀସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଦେଇଥିବା ଆଡଭାନସଡ୍ ଲାଇଟ୍ ହେଲିକାପ୍ଟର୍ ‘ଧ୍ରୁବ’ ପରିବର୍ତ୍ତେ ମାଳଦ୍ୱୀପ ଗୋଟାଏ ଡୋର୍ନିୟର୍ ମେରିଟାଇମ୍ ସର୍ଭିଲେନସ୍ ଏୟାର୍କ୍ରାଫଟ୍ ଚାହୁଁଛି। ମାଳଦ୍ୱୀପ ଭାରତକୁ ଫେରାଇ ଦେବାକୁ ଚାହୁଁଥିବା ହେଲିକାପ୍ଟରଟି ଅଦ୍ଦୁ ଦ୍ୱୀପରେ କାର୍ୟ୍ୟରତ ଅଛି।

ଏ ପ୍ରସଙ୍ଗ ଭାରତ ଏବଂ ମାଳଦ୍ୱୀପ ସମ୍ପର୍କ ଉପରେ ତିକ୍ତତା ସୃଷ୍ଟି କରିବା ସହ ମାଲେ ସହିତ ଭାରତର ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ ପ୍ରଶ୍ନ ଉଠାଉଛି। ଏହାଛଡ଼ା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍ କ୍ୱମାର ଜାେଓ୍ଵଦ୍ ବାଜ୍ଓ୍ଵା ରବିବାର ଦିନ ମାଳଦ୍ୱୀପ ଗସ୍ତ କରିଥିଲେ।କୁହାଯାଉଛି ଯେ ଲାମୁ ଦ୍ୱୀପ ଠାରେ କାର୍ୟ୍ୟ ରତଅନ୍ୟ ଏକ ଏଏଲଏଚ୍ ହେଲିକାପ୍ଟର୍କୁ ମଧ୍ୟ ଫେରାଇ ଦେବାକୁ ମାଲେ ବିଚାର କରୁଛି। କିନ୍ତୁ, ଲାମୁ ଦ୍ୱୀପ ହେଲିକାପ୍ଟର୍ ଫେରସ୍ତ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ୟମୀନ୍ ସରକାରଙ୍କ ସୂତ୍ରରୁ ପ୍ରକାଶ।

ଦକ୍ଷିଣ ମାଳଦ୍ୱୀପରେ ଅବସ୍ଥିତ ଲାମୁ ଏକ ସ୍ପର୍ଶକାତର ସ୍ଥାନ ଯେଉଁଠି ଚୀନ୍ ଏକ ବନ୍ଦର ନିର୍ମାଣ କରିବାକୁ ବିଚାର କରୁଛି। ଚୀନ୍ ଉପରେ ଦୃଷ୍ଟି ରଖି ଭାରତ ମାଳଦ୍ୱୀପକୁ ସାମରିକ ସହାୟତା ଯୋଗାଇ ଦେବା ନିମନ୍ତେ ଗତ କେତେ ବର୍ଷ ହେବ ବହୁ ଅର୍ଥ ବିନିଯୋଗ କରିଛି। ଫାଷ୍ଟ୍-ଆଟାକ୍ ହେଲିକାପ୍ଟର୍ ଉପହାର ଦେବା ସହ ଭାରତ ସେଠାରେ ୬ ଜଣ ପାଇଲଟ୍ ଏବଂ ଏଏଲଏଚ୍ର ପରିଚାଳନା ପାଇଁ ଡଜନାଧିକ ସ୍ଥଳ କର୍ମଚାରୀ ମୁତୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe