କନକ ବ୍ୟୁରୋ : ସୁଦୂର ମାଲେସିଆରେ ବନ୍ଦୀ ଓଡିଆ ଶ୍ରମିକ ମୁକୁଳିଲେ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତା କଲେ ପ୍ରବାସୀ ଓଡିଆ ଶିଳ୍ପପତି । ଦିନକୁ ୧୨ଶହ ଟଙ୍କା ପାରିଶ୍ରମିକ ଲୋଭରେ ମାଲେସିଆ ଯାଇଥିଲେ ଏହି ଓଡିଆ ଶ୍ରମିକମାନେ । ୨ ବର୍ଷିଆ ଚୁକ୍ତି ସରିବା ପରେ ନିର୍ଯାତନା ଦେଉଥିଲେ କମ୍ପାନି ମାଲିକ । ଏପରିକି ଏକ ଜଙ୍ଗଲରେ ବନ୍ଦୀ କରି ରଖିଥିଲେ । କଟକ ଜିଲ୍ଲା ନିଆଳିର ୩ଜଣଙ୍କ ସମେତ ମୋଟ ୮ଜଣ ଏବେ ଓଡିଶା ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ମାଲେସିଆରେ ରହୁଥିବା ଓଡିଆ ଶିଳ୍ପପତି ସଂଜୟ ଦାସ ଏମାନଙ୍କ ମୁକ୍ତି ପାଇଁ ଉଦ୍ୟମ କରିଥିଲେ । ଜଙ୍ଗଲରୁ ଉଦ୍ଧାର କରି ଭାରତୀୟ ଦୂତାବାସ ସେଲ୍ଟର ହୋମରେ ଆଶ୍ରୟ ଦେଇଥିଲେ । ଏପରିକି ସଂଜୟଙ୍କ ସହାୟତାରେ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟରେ ପହଂଚି ଭିସା ପାଇଁ ଆବେଦନ କରିଛନ୍ତି ଉଦ୍ଧାର ଶ୍ରମିକ । ଭିସା, ପାସପୋର୍ଟ କାମ ଶେଷ ହେବା ପରେ ଏମାନେ ସ୍ୱଦେଶ ଫେରିବେ । ମୁକ୍ତିର ଆନନ୍ଦ ଏମାନଙ୍କ ମୁହଁରୁ ସ୍ପଷ୍ଟ ବାରିହୋଇ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-19-08h56m07s988.png)