ମାଲାୟାଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନବ ନିଷ୍ପତ୍ତି ! ଏବେ ନିଶାଦ୍ରବ୍ୟ ଏବଂ ଭୁତ-ପ୍ରେତ ଦୃଶ୍ୟରେ ସତର୍କବାଣୀ ଦେବାସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ସତର୍କବାଣୀ ଦୃଶିତ ହେବ ।

Advertisment
ମାଲାୟାଲାମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନବ ନିଷ୍ପତ୍ତି ! ଏବେ ନିଶାଦ୍ରବ୍ୟ ଏବଂ ଭୁତ-ପ୍ରେତ ଦୃଶ୍ୟରେ ସତର୍କବାଣୀ ଦେବାସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ସତର୍କବାଣୀ ଦୃଶିତ ହେବ ।

Source: NezTune

ପୂର୍ବରୁ ଧୂମପାନ କିମ୍ବା ମଦ୍ୟପାନ ସମୟରେ ପରଦା ଉପରେ ଏକ ବିଶେଷ ସୂଚନା ବା ସତର୍କତାମୂଳକ ସୂଚନା ଦିଆଯାଉଥିବାର ଆପଣ ଦେଖିଥିବେ ନିଶ୍ଚୟ। ଖାଲି ସେତିକି ନୁହେଁ କୌଣସି ଯାଦୁବିଦ୍ୟା ବା ଭୂତ-ପ୍ରେତ ସଂପର୍କିତ କିଛି ଦୃଶ୍ୟ ଦେଖା ଯାଉଥିଲେ ବି ଦିଆଯାଉଥିଲା ବିଶେଷ ସୂଚନା। ଏଣିକି କେବଳ ମଦ୍ୟପାନ/ଧୁମପାନ ଶରୀର ପକ୍ଷେ କ୍ଷତିକାରକ ବା ଭୂତ ଦୃଶ୍ୟରେ ଏହା ଏକ ମନୋରଞ୍ଜନ ଧର୍ମୀ ଦୃଶ୍ୟ, ଏହାର ବାସ୍ତବ ଜୀବନ ସହ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ପରଦାରେ ଲେଖାଯିବ ନାହିଁ। ବରଂ ଯେଉଁ ଯେଉଁ ଦୃଶ୍ୟରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ବା ଅନ୍ୟାୟର ଦୃଶ୍ୟ ଦେଖାଯିବ ସେ ସମୟରେ ବି ଦିଆଯିବ ସତର୍କତାମୂଳକ ସୂଚନା। ଏପରି ଏକ ଅଭିନବ ନିଷ୍ପତ୍ତି ନେଇଛି ମାଲାୟାଲାମ୍ ଚଳଚ୍ଚିତ୍ର ପ୍ରଥମେ ଦେଖିବାକୁ ମିଳିବ।publive-imageମହିଳାମାନଙ୍କ ଉପରେ ଦିନକୁ ଦିନ ଅସଦାଚରଣ, ଦୁଷ୍କର୍ମ ଏବଂ ବିଭିନ୍ନ ଅତ୍ୟାଚାର ବଢ଼ି ଯାଇଥିବା ହେତୁ କେରଳ ରାଜ୍ୟ ମାନବାଧିକାର କମିସନ୍ ଏ ନେଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ(ସିବିଏଫ୍ସି)ର ଆଞ୍ଚଳିକ ଅଫିସକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ଏହାକୁ ବୋର୍ଡ ପକ୍ଷରୁ ସବୁଜ ସଂକେତ ମିଳିଛି। ଏବେ ଦେଖିବାକୁ ବାକି ରହିଲା ବଲିଉଡ୍ ଏବଂ ଓଲିଉଡ୍ ଭଳି ଫିଲ୍ମ ଇଣ୍ଡଷ୍ଟ୍ରି ଏଭଳି ପଦକ୍ଷେପ କେବେ ନେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe