କନକ ବ୍ୟୁରୋ : ମାଲାୟଲମ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି । ଟେଲିଭିଜନର ପ୍ରସିଦ୍ଧ କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ସୂଚନା ଥାଉ କି, ଅଭିନେତ୍ରୀ ପ୍ରିୟା ୮ମାସର ଗର୍ଭବତୀ ଥିଲେ । ତାଙ୍କ ମୃତ୍ୟୁ ନେଇ ଅଭିନେତା କିଶୋର ସତ୍ୟା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

କିଶୋର ସତ୍ୟା ଲେଖିଛନ୍ତି କି, ଟେଲିଭିଜନ ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ଡ. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ହୃଦଘାତ ହେବା ପରେ ତାଙ୍କ ଗର୍ଭରେ ଥିବା ପିଲାକୁ ଅପରେଶନ କରି ବାହାର କରାଯାଇଛି । ପିଲାଟିକୁ ଏବେ ଆଇସିୟୁ ଭିତରେ ରଖାଯାଇଛି ।

କହିରଖୁ କି ଅଭିନେତ୍ରୀ ଡ. ପ୍ରିୟା ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା କଳାକାର ଥିଲେ । ସେ ଅନେକ ଧାରାବାହିକରେ କାମ କରିଛନ୍ତି । ହେଲେ ବାହାଘର ପରେ ସେ କିଛିଦିନ ପାଇଁ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ ।