କନକବ୍ୟୁରୋ: ଆଶ୍ରମ ସ୍କୁଲ ହଷ୍ଟେଲରେ ବ୍ୟାପୁଛି ମ୍ୟାଲେରିଆ ଜ୍ୱର। କୋରାପୁଟ ଲକ୍ଷ୍ମୀପୁରରେ ୪ ଦିନରେ ଆକ୍ରାନ୍ତ ହେଲେଣି ୮୪ ଜଣ ଛାତ୍ରଛାତ୍ରୀ। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେଉଁ ରୋଗୀ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମ୍ୟାଲେରିଆ ଆକ୍ରାନ୍ତ । ବ୍ଳକର ୧୮ ଟି ଆଶ୍ରମ ବିଦ୍ୟାଳୟରେ ଏବେ ମେଲେରିଆ ଜ୍ଵର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷ କରି ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅନେକ ଟିମ ହଷ୍ଟେଲଗୁଡିକରେ ପହଞ୍ଚି ରକ୍ତ ନମୁନା ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି।
ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ବିଶେଷକରି ଦୁଇ ପ୍ରକାରର ମ୍ୟାଲେରିଆ ଦେଖାଦେଇଛି। ମ୍ୟାଲେରିଆ ପ୍ରତିକାର ପାଇଁ ବର୍ଷା ଦିନ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଡ଼ିଡ଼ିଟି ଛିଞ୍ଚନ ସହ ଅନେକ ସଚେତନତା ମୂଳକ କାର୍ୟ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ତାହା କିନ୍ତୁ ବନ୍ଦ ହୋଇଯାଇଛି। ଏସବୁ ଗୁଡିକ ବନ୍ଦ ହେବା କାରଣରୁ ବର୍ତ୍ତମାନ ମ୍ୟାଲେରିଆ ଝାଡା ବାନ୍ତି ଭଳି ରୋଗରେ ଅନେକ ଆକ୍ରାନ୍ତ ହେଉଥିବା କୁହାଯାଉଛି। କିଛି ଛାତ୍ରଛାତ୍ରୀ ମଶାରୀ ବ୍ୟବହାର କରୁନଥିବାରୁ ମ୍ୟାଲେରିଆରେ ଶୀକାର ହୋଇଥିବା ଜଣାପଡିଛି। ଜିଲ୍ଲା ଶିକ୍ଷା ବିଭାଗର ନିର୍ଦେଶ ଅନୁଯାୟୀ ଜ୍ୱର ସମ୍ପୂର୍ଣ ନଛାଡିବା ପର୍ୟ୍ୟନ୍ତ ସେମାନଙ୍କୁ ହଷ୍ଟେଲରେ ନିଆଯିବନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/21-8.jpg)