କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ମ୍ୟାଲେରିଆ ଆତଙ୍କ । ମାସେ ହେବ ବଢ଼ିବାରେ ଲାଗିଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା । ଘରେ ଘରେ ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମ୍ୟାଲେରିଆ ଲକ୍ଷ୍ୟଣ ମଦ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଆନନ୍ଦପୁର ଡାକ୍ତରଖାନାରେ ୫ ଜଣ ଶିଶୁ ଓ ଜଣେ ମହିଳା ଚିକିତ୍ସିତ ହେଉଛନ୍ତି । ରୋଗ ବ୍ୟାପିବା ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ କ୍ୟାମ୍ପ ଲଗାଇ ନମୁନା ପରୀକ୍ଷା କରିବା ସହ ଔଷଧ ବାଣ୍ଟୁଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ଅବହେଳା ଯୋଗୁଁ ଏହି ରୋଗ ପୁଣିଥରେ ଦେଖା ଦେଇଥିବା କହିଛନ୍ତି ଡାକ୍ତର। ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରିବାକୁ ପରାମର୍ଶ କରିଛନ୍ତି ବିଶେଷଜ୍ଞ ଡାକ୍ତର ।