ଦାନଙ୍କ ପରେ ଦୀନବନ୍ଧୁ : ଓହ୍ଲାଇଦେଲା ଆମ୍ବୁଲାନ୍ସ, ଝିଅର ମୃତଦେହ ଧରି ବାପା ଚାଲିଲେ ୬ କିଲୋମିଟର

ଦାନଙ୍କ ପରେ ଦୀନବନ୍ଧୁ : ଓହ୍ଲାଇଦେଲା ଆମ୍ବୁଲାନ୍ସ, ଝିଅର ମୃତଦେହ ଧରି ବାପା ଚାଲିଲେ ୬ କିଲୋମିଟର

କନକ ବ୍ୟୁରୋ : କଳାହାଣ୍ଡିରେ ଦାନ ମାଝୀ, କାନ୍ଧରେ ସ୍ତ୍ରୀଙ୍କ ଶବ ବୋହିବା ଘଟଣା ମନରୁ ନଲିଭୁଣୁ ପୁଣି ଏଭଳି ଏକ ଚିତ୍ରକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା। ଉପାନ୍ତ ଅଂଚଳର ଏହି ଅଭାବନୀୟ ଚିତ୍ର ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ବାପା ହାତରେ ଛୁଆର ମୃତଦେହ। ପାଖରେ ମା ବାହୁନି ବାହୁନି କାନ୍ଦୁଛି। ଶୋକାକୁଳ ସ୍ଥିତି। ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ କାନ୍ଦ ବୋବାଳି।

୭ ବର୍ଷର ଶିଶୁର ମୃତଦେହକୁ ଧରି ରାସ୍ତାର ଚାଲିଛନ୍ତି ପରିବାର ଲୋକ। ଅଭିଯୋଗ ଅନୁସାରେ, ଡାକ୍ତରଖାନା ନେବା ବାଟରେ ଶିଶୁର ମୃତ୍ୟୁ ପରେ ଆମ୍ବୁଲାନସ ଅଧା ବାଟରେ ଛାଡି ଦେଇଥିଲା। ମାଲକାନଗିରି ଜିଲ୍ଲା ମାଥିଲି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୭ ବର୍ଷର ଶିଶୁ ଗୁରୁତର ହେବାରୁ ୧୦୮ ଆମ୍ବୁଲାନସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। ମେଡିକାଲ ନେବା ବାଟରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଆଉ ଏହାପରେ ଅତି ଅମାନବୀୟ ଭାବେ ଆମ୍ବୁଲାନସ ଡ୍ରାଇଭର ଶିଶୁର ପରିବାର ବର୍ଗଙ୍କୁ ଗାଡିରୁ ଓହ୍ଲାଇ ଅଧା ରାସ୍ତାରେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଅଧାବାଟରେ ଏଭଳି ଓହ୍ଲାଇ ଦେବା ଠିକ ହୋଇନି। ଏ ବାବଦରେ ତଦନ୍ତ କରି ପଦକ୍ଷେପ ନିଆଯିବ।

ସେପଟେ ଘଟଣାକୁ ନେଇ ବିଡିଓ କିନ୍ତୁ ଦେଇଛନ୍ତି ଭିନ୍ନ ମତ । କହିଛନ୍ତି, ଗାଁ ନିକଟରେ ଛାଡିଦେବାକୁ ଅନୁରୋଧ କରିଥିଲେ ପରିବାରବର୍ଗ । ଫଳରେ ଆମ୍ବୁଲାନସ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଗାଁ ନିକଟରେ ସେମାନଙ୍କୁ ଓହ୍ଲାଇ ଦେଇଥିଲୋ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe