ଏଟିଏମରେ ଟଙ୍କା ନାହିଁ : ମାଲାକାନଗିରିରେ ଲୋକମାନେ ଅସୁବିଧାର ସମ୍ମୁଖୀନ

ଏଟିଏମରେ ଟଙ୍କା ନାହିଁ : ମାଲାକାନଗିରିରେ ଲୋକମାନେ ଅସୁବିଧାର ସମ୍ମୁଖୀନ

କନକ ବ୍ୟୁରୋ : ଏଟିଏମରେ ଟଙ୍କା ନାହିଁ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୭ ଦିନ ହେବ ଏଭଳି ପରିସ୍ଥିତି ଦେଖାଦେଇଛି ମାଲାକାନଗିରି ସହରରେ । ମାଲାକାନଗିରି ସହରରେ ପାଖାପାଖି ୩୦ରୁ ଅଧିକ ଏଟିଏମ ଥିବା ବେଳେ କୌଣସି ଏଟିଏମରେ ଟଙ୍କା ନାହିଁ  ।  ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମାଲାକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଅନ୍ୟ କୌଣସି ବ୍ୟାଙ୍କକୁ ନଗଦ ଟଙ୍କା ଦିଆଯାଉନଥିବା ଅଭିଯୋଗ ହୋଇଛି । ବିମୁଦ୍ରାକରଣ ପର ଠାରୁ ଏହି ସ୍ଥିତି ଜଟିଳା ହେବାରେ ଲାଗିଛି । ଫଳରେ ମାଲକାନଗିରିରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବାରେ ଲାଗିଛି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe