କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ ଖାନ୍ । ମୁମ୍ବାଇ ବିମାନବନ୍ଦରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ଦୁହେଁ ପୁଅ ଅରହାନକୁ ନେବା ପାଇଁ ଆସିଥିଲେ । ସେଠାରେ ପୁଅକୁ ପାଖରେ ପାଇ ଭାବବିହ୍ୱଳ ହୋଇପଡିଥିଲେ ଉଭୟ ମଲାଇକା ଓ ଅରବାଜ । ଅରହାନ ବିଦେଶରେ ପାଠ ପଢା ଜାରି ରଖିଛନ୍ତି । ଏବେ ବଡ ଦିନ ପାଳିବାକୁ ଘରକୁ ଆସିଛନ୍ତି । publive-image

Advertisment

 ମଲାଇକା ଓ ଅରବାଜଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲେ ବି ପରିବାର ଓ ନିଜ ସନ୍ତାନ ପାଇଁ ଏକାଠି ନଜର ଆସନ୍ତି । ଏବେ ଅଧିକାଂଶ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ମଲାଇକା ଓ ଅରବାଜ୍ ୧୯୯୮ ମସିହାରେ ବିବାହ କରିଥିବାବେଳେ ଦୁହିଁଙ୍କ ମଧ୍ୟରେ ୨୦୧୭ ମସିହାରେ ଛାଡପତ୍ର ହୋଇଥିଲା । ହେଲେ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ଅନେକ ଥର ଦୁହେଁ ସାକ୍ଷାତକାରରେ କହିଛନ୍ତି ।

ଅନ୍ୟପଟେ ଛାଡପତ୍ର ପରେ ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିବାବେଳେ ଅରବାଜ୍ ଇଟାଲୀ ମଡେଲ ଜର୍ଜିଆ ଆନ୍ଦ୍ରିଆନିଙ୍କୁ ଡେଟ୍ କରୁଛନ୍ତି ।