ଓଡିଶାରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ : ଫୋନ ଯୋଗେ ନବୀନ କଥା ହୋଇଥିବା କଲେ ଟୁଇଟ୍ 

 ଦିଲ୍ଲୀରେ ପରସ୍ଥିତି ସଂଗୀନ ହେଉଥିବାରୁ ସଞ୍ଜିବନୀ ପାଲଟିବ ଓଡିଶାରୁ ଯାଇଥିବା ଅକ୍ସିଜେନ

439

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ କୋଟାର ଅକ୍ସିଜେନ ଯୋଗାଣରେ ସହାୟତା କରିଥିବାରୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଦିଲ୍ଲୀକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅନୁସାରେ ଦିଲ୍ଲୀ କୋଟାର ଆକ୍ସିଜେନ ଓଡିଶାରୁ ବିମାନ ଯୋଗେ ଦିଲ୍ଲୀ ପଠାଯାଉଛି ।

ଏପରିକି ରାଜ୍ୟ ପ୍ରଶାସନର ଜଣେ ଅଧିକାରୀ ଏହାକୁ ନେଇ ଯାଉଥିବା ସୂଚନା ମିଳିଛି । ଦିଲ୍ଲୀରେ କରୋନାର ସଂକ୍ରମଣ ଦିନକୁ ଦିନ ଭୟାବହ ହେଉଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିଚାଲିଛି । ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ପଡୁଛି । ତେଣୁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛନ୍ତି । ବିଶେଷ କରି ଓଡିଶା ସରକାର ଦିଲ୍ଲୀକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।