ଦକ୍ଷିଣ ଆଫ୍ରିକାରେ ଏକ ୟୁନିଭର୍ସିଟିରେ ବୈଜ୍ଞାନିକମାନେ ମନୁଷ୍ୟ ମୂତ୍ର ସାହାଯ୍ୟରେ ଇଟା ତିଆରି କରିଛନ୍ତି। ଏହା ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ପର୍ୟ୍ୟାବରଣକୁ ନିର୍ମଳ ରଖିବା ପାଇଁ ବୈଜ୍ଞାନିକମାନେ ଏଭଳି ଉଦଭାବନ କରିଛନ୍ତି। ଅର୍ଥାତ୍ ଭବିଷ୍ୟତରେ ମାନବ ମୂତ୍ରକୁ ନେଇ ଘର ନିର୍ମାଣ ଲାଗି ଇଟା ତିଆରି କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।
ଏହି ନୂଆ ଉଦଭାବନ କେପଟାଉନ୍ ୟୁନିଭିର୍ସିଟିର ଦୁଇ ଛାତ୍ର ଓ ଜଣେ ଶିକ୍ଷକଙ୍କ ଦ୍ୱାରା ସମ୍ଭବ ହୋଇ ପାରିଛି। ସରକାରୀ ଜଳ ଅନୁସନ୍ଧାନ ପରିଷଦ ଅନୁମତି ମିଳିବା ପରେ, ଗତବର୍ଷ କୃତ୍ରିମ ୟୁରିଆର ବ୍ୟବହାରିକତା ଉପରେ ଅଧ୍ୟୟନ କରାଯାଇଥିଲା ଏବଂ ଏହି ଅଧ୍ୟୟନରେ ମନୁଷ୍ୟ ମୂତ୍ରର ବ୍ୟବହାର କରାଯାଇଥିଲା। ଏହି ଗବେଷଣା କରିଥିବା ଶିକ୍ଷକ ଡାଏଲାନ୍ ରାନଡାଲ କହନ୍ତି, ମୁଁ ସର୍ବଦା ଏହା ଜାଣିବା ପାଇଁ ଇଚ୍ଛୁକ ଥିଲି କି ଆମେ ଏହି କାମ ପାଇଁ କାହିଁକି ମୂତ୍ରର ବ୍ୟବହାର କରି ପାରିବା ନାହିଁ। ପରେ ଏହାର ଜବାବ ମୁଁ ପାଇ ଯାଇଥିଲି। ବର୍ଷକ ପରେ ଲାବରେଟରିରେ ପ୍ରଥମ ଜୈବ-ଇଟାର ତିଆରି କରିବାରେ ସଫଳ ହୋଇଥିଲି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/mindoverblad.jpg)
/kanak/media/post_attachments/wp-content/uploads/2018/11/unnamed-300x200.jpg)