ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ ଜମୁଛି ଗହଳି

118

କନକ ବ୍ୟୁରୋ : ଭୁବନେଶ୍ୱରରେ ଚମକୁଛି ବାଲେଶ୍ୱର କାରିଗରଙ୍କ ହାତ ତିଆରି ସାମଗ୍ରୀ । ଡିନର ସେଟ୍, ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ, ଠାକୁର ବାସନ ଭଳି ସାମଗ୍ରୀ ଲୋକଙ୍କ ମନ କିଣୁଛି । ଏହି ସବୁ ସମାଗ୍ରୀ ପଥରରେ ତିଆରି କରିଛନ୍ତି କାରିଗର । ଦୀର୍ଘ ୨୦ ବର୍ଷ ହେଲା ବାଲେଶ୍ୱର ଅଂଚଳର ଏହି କାରିଗର ଏହି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏଥିରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତି । ମାର୍ବଲ ଏବଂ ମୁଗୁନି ପଥରରେ ତିଆରି କରୁଛନ୍ତି କାରିଗର ।