ପ୍ରଧାନମନ୍ତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ କରିଥିବା ଅପିଲ ଉପରେ ରାକେଶ ଟିକାୟତଙ୍କ ବୟାନ । ‘ଆଲୋଚନା ପାଇଁ ଆମେ ପ୍ରସ୍ତୁତ ହେଲେ ଏମଏସପିକୁ ଆଇନସିଦ୍ଧ କରିବାକୁ ସରକାର ଦିଅନ୍ତୁ ପ୍ରତିଶୃତ’

166

କନକ ବ୍ୟୁରୋ : ଆଜି ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅପିଲ ପରେ କୃଷକନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି । ଟିକାୟତ କହିଛନ୍ତି କି ଭୋକ ଉପରେ ବେପାର କରନ୍ତୁ ନାହିଁ । ଏଭଳି କରୁଥିବା ଲୋକଙ୍କୁ ଦେଶ ବାହାରିକୁ ପଠାଇ ଦିଆଯିବ ।

ଏହା ସହ ସେ କହିଛନ୍ତି କି ଯଦି ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ ହେଲେ ଆମେ ପୂର୍ବରୁ ଯେଉଁ ଦାବି ଉଠାଇଛୁ ସେଥିରୁ ଆମେ ଉହୁରିବୁ ନାହିଁ । ନୂତନ କୃଷି ବିଲରେ ସରକାର ଯେଉଁ ୧୫ ଟି ପ୍ରାବଧାନକୁ ସଂଶୋଧନ କରିବାକୁ ଚାହୁଁଛନ୍ତି ତାହା ସରକାର ସ୍ପଷ୍ଟ କରନ୍ତୁ ଓ ତା’ପରେ ଆମକୁ ଆଲୋଚନାକୁ ଡାକନ୍ତୁ । ଏହା ସହ ଶ୍ରୀ ଟିକାୟତ କହିଛନ୍ତି କି ଦୁଗ୍ଧ ମାମଲାରେ ଦେଶର ଅବସ୍ଥା ଠିକ୍ ନାହିଁ । ଏହା ଉପରେ ନୂତନ କୃଷିବିଲ୍ ଲାଗୁ ହେଲେ ତୁର୍କି ଭଳି ଭାରତକୁ ବି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବାହାର ଦେଶରୁ ମଗାଇବାକୁ ପଡିବ । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଅପିଲ୍ କରିବା ପୂର୍ବରୁ ସମସ୍ତ ସାଂସଦ ମାନଙ୍କୁ ଅପିଲ୍ କରନ୍ତୁ କି ସେମାନେ ତାଙ୍କ ପେନସନ୍ ଛାଡି ଦିଅନ୍ତୁ ।

କହିରଖୁ କି ସୋମବାର ପ୍ରଧାନମନ୍ତ୍ରୀ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ କହିଥିଲେ କି ନୂତନ କୃଷିବିଲ୍ ଲାଗୁ ହେଲେ ବି ଏମଏସପି ଆଗଭଳି ବଳବତ୍ତର ରହିବ । କୃଷକ ମାନେ ଆନ୍ଦୋଳନରୁ ଉହୁରି ଯାଆନ୍ତୁ । ସରକାର କୃଷକ ମାନଙ୍କ ସହିତ ଆଗରୁ ଆଲୋଚନା କରିଛନ୍ତି ଓ ଆଗକୁ ବି ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।