ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ଆଜି ମେକ୍ ଇନ ଓଡିଶା କନକ୍ଲେଭ । ରୋଡ ଶୋ’ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୁଞ୍ଜିନିବେଶେ ପାଇଁ କରିବେ ଆହ୍ୱାନ

Advertisment
ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ଆଜି ମେକ୍ ଇନ ଓଡିଶା କନକ୍ଲେଭ । ରୋଡ ଶୋ’ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୁଞ୍ଜିନିବେଶେ ପାଇଁ କରିବେ ଆହ୍ୱାନ

Source:Odisha Sun Times

କନକ ବ୍ୟୁରୋ: ମୁମ୍ବାଇ ଓ ଦିଲ୍ଲୀ ପରେ ଆଜି ଚେନ୍ନାଇରେ ମେକ୍ ଇନ୍ କନକ୍ଲେଭ କରିବେ ଓଡିଶା ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିବେଶକକୁ ଆକୃଷ୍ଠ କରିବା ପାଇଁ ଚେନାଇରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଠ କରିବା ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ ।

publive-image

ସେପଟେ ନବନିର୍ମିତ ଓଡିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ତାମିଲନାଡୁ ଭାରତର ସାଂସ୍କୃୃତିକ ମାନଚିତ୍ରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି। ସ୍ଥାନୀୟ ଲୋକଙ୍କର ମଧ୍ୟ ଦେଶର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରହିଛି। ଚେନ୍ନାଇରେ ବହୁ ସଂଖ୍ୟାରେ ଓଡ଼ିଆ ଚାକିରି, ବ୍ୟବସାୟ ଆଦି କାରଣରୁ ବସବାସ କରୁଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ତାମିଲନାଡୁର ବହୁ ଲୋକ ରହୁଛନ୍ତି। ପରସ୍ପର ବିକାଶରେ ଉଭୟଙ୍କର ସହଭାଗିତା ରହିଛି। ଏହି କାରଣରୁ ଓଡ଼ିଶା ଭବନର ଗୁରୁତ୍ୱ ରହିଛି ଓ ଏହା ଓଡ଼ିଶା କଳା, ସଂସ୍କୃତି ଓ ଲୋକସଂପର୍କ ବଢାଇବାରେ ସାହାଯ୍ୟ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ତାଙ୍କର ସଂପର୍କର ସ୍ମରଣ କରିଥିଲେ ଓ ଓଡ଼ିଶା ଭବନ ପାଇଁ ତାଙ୍କ ସମୟରେ ଜମି ମିଳିଥିବା ସଂପର୍କରେ ସୂଚନା ଦେଇଥିଲେ।

publive-image

ଏଥିସହିତ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ ହୋଇଛି। ଛଅ ମହଲା ବିଶିଷ୍ଟ ଏହି ଭବନରେ ୨୧ଟି ରୁମ୍ ଓ ଗୋଟିଏ ସମ୍ମିଳନୀ କକ୍ଷ ରହିଛି। ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହା ମେ’ ୧୧ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ। ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଅତିଥି ଭବନ। ପୂର୍ବରୁ ନୂଆଦିଲ୍ଲୀରେ ତିନିଟି, ମୁମ୍ବାଇ ଓ କୋଲକତାରେ ଗୋଟିଏ ଲେଖାଏଁ ଅତିଥି ଭବନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe