ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀଙ୍କ ଅଜବ ବୟାନ । ହେମାମାଳିନୀଙ୍କ ଉପରେ ଦେଲେ ବିବାଦୀୟ ଟିପ୍ପଣୀ ।

219

କନକ ବ୍ୟୁରୋ: ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳୀନୀଙ୍କୁ ବ୍ରାଣ୍ଡ ଆମ୍ବାସେଡର କରନ୍ତୁ ପୋଷ୍ଟ ଅଫିସରେ ଡିପୋଜିଟ ବଢ଼ିବ । ଏବେ ଏଭଳି କିଛି ମତ ରଖି ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହା । ମନ୍ତ୍ରୀ କହିଛନ୍ତି ପୋଷ୍ଟ ଅଫିସରେ ସୁଧହାର ବେଶ ଭଲ, ସରକାରୀ ବ୍ୟାଙ୍କଠୁବି ବେଶ ଅଧିକ । ତଥାପି ଜମାକାରୀଙ୍କ ସଂଖ୍ୟା ଖୁବ କମ । କାରଣ ପୋଷ୍ଟ ଅଫିସରେ କୌଣସି ନାଁକରା ବ୍ରାଣ୍ଡ ଆମ୍ବାସେଡର ନାହାଁନ୍ତି ତେଣୁ ଏହା ଜମାକାରୀଙ୍କୁ ଆର୍କଷିତ କରିପାରୁନି । ହେମାମାଳିନୀ ଜଣେ ଲୋକପ୍ରିୟ, ଚର୍ଚ୍ଚିତ, ନାଁକରା ଚେହେରା ତେଣୁ ତାଙ୍କୁ ଯଦି ବ୍ରାଣ୍ଡ ଆମ୍ବାସେଡର ବା ପ୍ରଚାରକ କରାଯାଏ ତେବେ ଜମାକାରୀଙ୍କ ସଂଖ୍ୟା ବଢ଼ିବ । ତେବେ ମନ୍ତ୍ରୀଙ୍କ ବୟାନ ବେଶ ଚର୍ଚ୍ଚା ହେଉଛି ସେପଟେ ହେମାମାଳିନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।