କନକ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସଂକ୍ରାନ୍ତି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି । ମହାପ୍ରଭୁଙ୍କ ମକରବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀଜିଉଙ୍କୁ ପହିଲି ଭୋଗ ପରେ ନୀତିକାନ୍ତି ଆଗକୁ ବଢିଛି ।
ଆଜି ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରିଯାଇଥିବା ବେଳେ ବଡ ଓଡିଆ ମଠ ପକ୍ଷରୁ ସୁବାସିତ ପୁଷ୍ପ ଓ ତୁଳସୀ ମାଳ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦିଆଯାଇଛି । ଅପରାହ୍ନରେ ଶ୍ରୀମନ୍ଦିରରେ ମକରବେଢା ନୀତି ସହ ଅନ୍ୟାନ୍ୟ ନୀତି ପାଳନ କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/4-18.jpg)