ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ବିଭିନ୍ନ ନାମରେ ଜଣାଯାଏ । କର୍ଣ୍ଣାଟକରେ ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ପଂଜାବ ଓ ହରିୟାଣାରେ ମାଘୀ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ ଏବଂ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ମକର ସଂକ୍ରାନ୍ତି ର ଏହି ପର୍ବ ପ୍ରସିଦ୍ଧ ଅଟେ । ଆସନ୍ତୁ ଜାଣିବା ‘ମକର ସଂକ୍ରାନ୍ତି’ କେଉଁଠି କେମିତି ପାଳନ କରାଯାଏ ଓ ଏହା ପଛର କାରଣ କ’ଣ ?
ଓଡିଶା : ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ଲୋକମାନେ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ମିତ୍ରତା ସ୍ଥାପନ କରନ୍ତି ଏବଂ ନିଜ ନିଜ ମଧ୍ୟରେ ମକର ଡକା ଡକି ହୁଅନ୍ତି ।
ଗୁଜରାଟ ଓ ରାଜସ୍ଥାନ : ‘ମକର ସଂକ୍ରାନ୍ତି’ରେ ରାଜସ୍ଥାନ ଓ ଗୁଜରାଟରେ ଗୁଡି ଉଡାଇବାର ପରମ୍ପରା ଅଛି । ଯଦ୍ୱାରା ଗୁଜରାଟରେ ‘ଗୁଡି ମହୋତ୍ସବ’ ବି ବଡ ଉତ୍ସାହର ସହିତ ପାଳନ କରାଯାଏ । ଗୁଡି ଉଡାଇବା ବ୍ୟତୀତ ଏହି ଦିନ ଘର ଗୁଡିକରେ ସୂର୍ଯ୍ୟପୂଜା କରିବା ପାଇଁ ଘେବର, ଫେଣୀ, ରାଶିର ଲଡୁ ବି ତିଆରି କରାଯାଏ । ଏହି ବିଶେଷ ଦିନ ଏଠାକାର ଲୋକ ମହିଳାଙ୍କୁ ସୁହାଗର ସାମଗ୍ରୀ ଦେବା ଶୁଭ ମାନନ୍ତି ।
ଉତ୍ତର ପ୍ରଦେଶ : ‘ମକର ସଂକ୍ରାନ୍ତି’ ପର୍ବ ଉତ୍ତର ପ୍ରଦେଶରେ ବଡ ଧୁମଧାମର ସହିତ ପାଳନ କରାଯାଏ । ଏହି ଦିନ ଘର ଗୁଡିକରେ ଖେଚୁଡି ତିଆରି କରି ଖାଇବା ଶୁଭ କୁହାଯାଏ । ଏହା ବ୍ୟତୀତ ଲୋକେ ଏହି ଦିନ ରାଶି ଲଡୁ, ରାଶିର ଗଜକ ଓ ବାଦାମର ସ୍ୱାଦର ବି ମଜା ନିଅନ୍ତି ।
ତାମିଲନାଡୁ : ମକର ସଂକ୍ରାନ୍ତି’ର ପର୍ବକୁ ତାମିଲନାଡୁରେ ପୋଙ୍ଗଲ ନାମରେ ଜଣାଯାଏ । ଏହି ଦିନ ଲୋକ ଘରେ ସଫା ସୁତୁରା କରିବା ପରେ ଅଗଣାରେ ଅଟା ଓ ଚାଉଳର ଅଟାରେ ରଙ୍ଗୋଲୀ କରନ୍ତି । ଏହାପରେ ମାଟିର ପାତ୍ରରେ ଖିରି ତିଆରି କରନ୍ତି । ଯାହାର ଭୋଗ ସର୍ବପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ । ତାମିଲନାଡୁରେ ଏହି ପର୍ବ ୪ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ ।
ହାର-ଝାରଖଣ୍ଡ : ମକର ସଂକ୍ରାନ୍ତିରେ ବିହାର-ଝାରଖଣ୍ଡରେ ଖେଚୁଡି ସହିତ ଦହି-ଚୂଡା ତିଆରି କରିବାର ପରମ୍ପରା ଅଛି । ଏହା ବ୍ୟତୀତ ଏଠାକାର ଲୋକ ରାତ୍ରି ଭୋଜନରେ ରାଶିରେ ତିଆରି ବ୍ୟଂଜନ ପ୍ରସ୍ତୁତ କରନ୍ତି ।
ମହାରାଷ୍ଟ୍ର : ମହାରାଷ୍ଟ୍ରରେ ୩ଦିନ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ପାଳନ କରାଯାଏ । ଏହି ସମୟରେ ମହାରାଷ୍ଟ୍ରର ପାରମ୍ପରିକ ‘ପୁରନ ପୋଲି’ । ଏହା ସହିତ ରାଶିରେ ତିଆରି ବ୍ୟଂଜନକୁ ଲୋକଙ୍କ ମଧ୍ୟରେ ବାଂଟି ପୁରୁଣା ଶତ୍ରୁତାକୁ ଭୁଲିବାର ପ୍ରାରମ୍ଭ କରାଯାଏ ।