କଟକଣା ଭିତରେ ମକର ପାଳନ : ମକର ସଂକ୍ରାନ୍ତି ପାଳିଲେ ବଲିଉଡ ସେଲିବ୍ରିଟି

114

କନକ ବ୍ୟୁରୋ : କରୋନା କଟକଣା ଭିତରେ ଫିକା ପଡୁଛି ଜାନିଯାତ୍ରା,ପର୍ବ, ଉତ୍ସବ । ତଥାପି ନିଜ ନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଏଥର ପାଳିଛନ୍ତି ମକର ସଂକ୍ରାନ୍ତି, ଲୋହରୀ,ପୋଙ୍ଗଲ ଓ ବିହୁ । ସେଲିବ୍ରିଟିଙ୍କ ସେଲିବ୍ରେସନର ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହାରି ଭିତରେ ନିଜ ଫଟୋ ସେୟାର କରିଛନ୍ତି ନବଦମ୍ପତି ଭିକ୍କି-କ୍ୟାଟ । ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏହି ଦମ୍ପତି ପ୍ରଥମ ଥର ପାଇଁ ଏକାଠି ଲୋହଡ଼ୀ ପର୍ବ ପାଳନ କରିଛନ୍ତି । ଲୋହଡ଼ୀ ସାଧାରଣତଃ ମକର ସଂକ୍ରାନ୍ତି ପୂର୍ବ ରାତିରେ ପାଳନ କରାଯାଇଥାଏ । ଏହା ପଞ୍ଜାବର ଏକ ପ୍ରମୁଖ ପର୍ବ ।

ଭିକ୍କି ପଞ୍ଜାବୀ ପରିବାରର ହୋଇଥିବାରୁ ତାଙ୍କ ପାଇଁ ଏହି ବାର୍ଷିକ ପର୍ବ ଅତ୍ୟନ୍ତ ଗୁରୁତ୍ବ ବହନ କରିଥାଏ । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିକ୍କି-କ୍ୟାଟ୍‌ଙ୍କ ଘନିଷ୍ଠ ଫୋଟଗୁଡ଼ିକରୁ ସ୍ପଷ୍ଟ ଜଣାପଡୁଛି ଯେ କ୍ୟାଟ୍ରିନା ଭିକ୍କିଙ୍କ ପରିବାରର ପରମ୍ପରାକୁ ସହଜରେ ଆପଣାଇ ନେଇଛନ୍ତି । ଫୋଟରେ ଦୁହେଁ ଲୋହଡ଼ୀ ନିଆଁ ପାଖରେ ଛିଡ଼ା ହୋଇ ମନଖୋଲି ହସୁଥିବାର ଦେଖିବାକୁ ମିଳିଛି। କ୍ୟାଟ୍ରିନ୍ ଫୋଟଗୁଡ଼ିକ ସହ ପ୍ରଶଂସକଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ଦାମ୍ପତ୍ୟ ଜୀବନର ପ୍ରଥମ ପର୍ବ ପାଳନ ପାଇଁ ଉଭୟ ସ୍ବଳ୍ପ ସମୟ କାଢ଼ି ଏକାଠି ସମୟ ବିତାଇଛନ୍ତି ।

ସେପଟେ, ଅକ୍ଷୟ କୁମାର ମଧ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଗୁଡି ଉଡାଉଥିବା ଏକ ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି ।

ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ତାଙ୍କ ବାଲକୋନିରୁ ଦେଖାଯାଇଥିବା ସୂର୍ଯ୍ୟଙ୍କ ଚିତ୍ର ସେୟାର କରି ଜୁହି ଲେଖିଛନ୍ତି – ହାପି ମକର ସଂକ୍ରାନ୍ତି .. !!!

 

ଡ୍ରିମ୍ ଗର୍ଲ ହେମା ମାଲିନି ମଧ୍ୟ ପରିବାର ସଦସ୍ୟଙ୍କ ସହିତ ମାକର ସଙ୍କ୍ରାନ୍ତୀଙ୍କ ସହିତ ପୋଙ୍ଗଲ ପର୍ବ ପାଳନ କରିଛନ୍ତି । ରୋଷେଇ ଘରେ ଠିଆ ହୋଇଥିବାବେଳେ ହେମା ମାଲିନି ନିଜ ଫଟୋ ସେୟାର କରିଛନ୍ତି ।