କନକ ବ୍ୟୁରୋ: ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଆଜି ଏହାକୁ ମକର ସଂକ୍ାନ୍ତି ଭାବେ ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଇଥିପାଇଁ ରହିଛି କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣୟାନରୁ ଉତରାୟଣ ନେଇଥାନ୍ତି ।
ଏହାକୁ ଦେବାଦେବୀଙ୍କ ଦିନ ଭାବରେ ଗ୍ରହଣ କରାଯାଉଥିବାରୁ ଦିନର ଅଧିକ ଗୁରୁତ୍ୱ ରହିଛି । ମକର ସଂକ୍ରାନ୍ତିରେ ଶୁଭ ମୁହୁର୍ତରେ ସ୍ନାନ ଓ ଦାନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଠାକୁରଙ୍କ ଠାରେ ଖେଚୁଡ଼ି ଭୋଗ ଲଗାଇବାର ପରମ୍ପରା ରହିଛି । କେବଳ ସେତିକି ନୁହେଁ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡ଼ି ଦାନ କରିବା ମଧ୍ୟ ପରମ୍ପରା ରହିଛି । ମକର ସଂକ୍ରାନ୍ତିରେ ରାଶି ଓ ଗୁଡ଼ର ପ୍ରସାଦ ମଧ୍ୟ ବଂଟନ କରାଯାଏ । କିଛି ସ୍ଥାନ ଗୁଡ଼ି ଉଠାଇବାର ମଧ୍ୟ ପରମ୍ପରା ରହିଛି ।