କେନ୍ଦ୍ରରେ ସରକାର ଗଠନରେ ରହିଛି ଏହି ତୁଙ୍ଗ ନେତାଙ୍କ ପ୍ରମୁଖ ଭୂମିକା । ଦିଲ୍ଲୀରେ ସତ୍ତା ପାଇଁ ସାଜିପାରନ୍ତି କିଙ୍ଗ୍ ମେକର

883

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଓଡିଶାରେ ସମସ୍ତ ପର୍ଯ୍ୟାୟ  ମତଦାନ ଏକପ୍ରକାରେ  ଶେଷ ହୋଇଥିବା ବେଳେ ଜାତୀୟ ସ୍ତରରେ ଇତିମଧ୍ୟରେ ପଂଚମ ଚରଣ ପାଇଁ ପଡି ସାରିଛି ଭୋଟ୍ । ଏପରିକି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ମଧ୍ୟ ଶେଷ ହୋଇଛି । ସେହିଭଳି ଯେଭଳି ଭାବରେ ବିରୋଧୀ ଦଳ ଆଶ୍ୱସ୍ତି ଥିବା ନଜର ଆସୁଛନ୍ତି , ତାକୁ ଦେଖି  ଅନୁମାନ କରାଯାଇ ପାରିବ କି କୌଣସି ଗୋଟିଏ ଦଳକୁ  ଚଳିତ ନିର୍ବାଚନରେ ନିଜର ଦମରେ ବହୁମତ ମିଳି ନପାରେ । ଯଦି ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୁଏ ତେବେ କେନ୍ଦ୍ରରେ ସରକାର ଗଠନକୁ ନେଇ ଦେଶର ତିନି ଭିନ୍ନ ଭିନ୍ନ ରାଜ୍ୟମାନଙ୍କର ୩ ବଡ ବଡ ନେତା ସାଜି ପାରନ୍ତି କିଙ୍ଗ୍ ମେକର ।

ଚଳିତ ଲୋକସଭା ନିର୍ବାଚନରେ ଅଧିକାଂଶ ରାଜନୈତିକ ଦଳ ଗୁଡିକ ନିଜ ନିଜର  ରାଜନୈତିକ ପତା  ଖୋଲି ଦେଇଛନ୍ତି କି ସେମାନେ କେଉଁ କ୍ୟାମ୍ପରେ ଅଛନ୍ତି  ଏବଂ ଯେଉଁ ଦଳ ୟୁପିଏ କିମ୍ବା ଏନଡିଏ ସହ ମିଶି ନିର୍ବାଚନ ଲଢୁ ନାହାଁନ୍ତି ସେମାନଙ୍କ ଫୁଟାଣି ଦେଖି ବି ଅନୁମାନ କରାଯାଇ ପାରିବ କି ଚଳିତ ନିର୍ବାଚନରେ କାହାର ପଲା ହେବ ଭାରି ଆଉ କାହାର ନୁହେଁ ।

ଯଦି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତେଲଙ୍ଗନା ମୁଖ୍ୟମନ୍ତ୍ରୀ  ତଥା ଟିଆରଏସ ସୁପ୍ରିମୋ କେସିଆର ଏବଂ ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡିଙ୍କ କଥା କୁହାଯାଏ ତେବେ ଏହି ସମସ୍ତ ହାଇପ୍ରୋଫାଇଲ ନେତାମାନେ ନିଜ ନିଜର ଉଦ୍ଦେଶ୍ୟ   ଏଯାବତ୍ ଜାହିର କରି ନାହାଁନ୍ତି । ଯାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି ।

ଉଲ୍ଲେଖ ଥାଉ କି, ଓଡିଶାରେ ୨୧, ଆନ୍ଧ୍ର ପ୍ରଦେଶରେ ୨୫ ଏବଂ ତେଲଙ୍ଗାନାରେ ୧୭ଟି ଆସନ ରହିଛି । ଏଭଳି ଭାବରେ ଏହି ୩ ରାଜ୍ୟରୁ ମୋଟାମୋଟି ୬୩ ସାଂସଦ ଲୋକସଭା ଆସନ ରହିଛି । ଏଥରକ  ନିର୍ବାଚନରେ ଓଡିଶାରେ ବିଜେଡି, ଆନ୍ଧ୍ର ପ୍ରଦେଶରେ ୱାଇଏସଆର କଂଗ୍ରେସ ଏବଂ ତେଲଙ୍ଗାନାରେ ଟିଆରଏସ ଏକାକୀ ନିର୍ବାଚନ ଲଢୁଛନ୍ତି ।  ତେବେ କୁହାଯାଉଛି କି.  ଏହିସବୁ ରାଜ୍ୟରେ ଅଧିକାଂଶ ଆସନ ଉପରେ ଏହି ତିିନୋଟି ଦଳର ଦବଦବା  ରହିବ । ଏଭଳି ପରିସ୍ଥିତିରେ ନେତାମାନଙ୍କର ଭାଗ୍ୟ ଫଳ ନିର୍ଧାରଣ କରିବାରେ କିଙ୍ଗ ମେକରର ଭୂମିକା  ନିର୍ବାହ କରିପାରନ୍ତି ।

ଜଗନ  ମୋହନ ରେଡ୍ଡି

ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ମଧ୍ୟରେ ସିଧା ସଳଖ ମୁକାବିଲା ହେଉଛି । ସୁବେରେ ଉଭୟ ଯାକ ଦଳ ବିନା କୌଣସି ଗଠବନ୍ଧନରେ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ଯଦିଓ କଂଗ୍ରେସ ଏବଂ ବିଜେପି ମଧ୍ୟ ଏଠାରୁ ନିର୍ବାଚନ ଲଢୁଛନ୍ତି ହେଲେ ମୁଖ୍ୟ ଲଢେଇ ଜଗନ ରେଡ୍ଡି ଏବଂ ନାଇଡୁଙ୍କ ମଧ୍ୟରେ ହେଉଥିବା ଚର୍ଚ୍ଚା ହେଉଛି । ରାଜ୍ୟର ୨୫ ଲୋକସଭା ଏବଂ ୧୭୫ଟି ବିଧାନସଭା ଆସନ ଉପରେ ପ୍ରଥମ ଚରଣରେ ୧୧ ଏପ୍ରିଲରେ ଭୋଟ ଗ୍ରହଣ ହୋଇଥିଲା ।

 ତେବେ ଏନଡିଏରୁ ଅଲଗା ହେବା ପରେ ଚନ୍ଦ୍ରବାବୁ ନାଇଡୁ ଲଗାତର ମୋଦିଙ୍କ ବିପକ୍ଷରେ ବିରୋଧି ଦଳମାନଙ୍କୁ ଏକଜୁଟ  କରିବାର  ଭାର ଉଠାଇଛନ୍ତି । ଜଗନ ମୋହନ ରେଡ୍ଡିଙ୍କର ଟିଡିପିରୁ ରାଜନୈତିକ ଲଢେଇ ଅଟେ । ଏଭଳି ପରିସ୍ଥିତେ ଉଭୟ ଙ୍କର ଗୋଟିଏ କହିଁ  କ୍ୟାମ୍ପରେ ରହିବା ମୁସ୍କିନ । ତେବେ ଜଗନ ସ୍ପଷ୍ଟ କରିଛନ୍ତି କି ଯେଉଁ ବି ପାର୍ଟି ଆନ୍ଧ୍ର ପ୍ରଦେଶକୁ ବିଶେଷ  ସ୍ୱତନ୍ତ୍ର ପାହ୍ୟାର ଦରଜା ଦେବ, ତାକୁ ସେ ସମର୍ଥନ କରିବେ ।

ନବୀନ ପଟ୍ଟନାୟକ

ଓଡିଶାରେ ନବୀନ ପଟ୍ଟନାୟକଙ୍କର ବିଜେଡି ଦଳ ଏକାକୀ ନିର୍ବାଚନ କୁରୁକ୍ଷେତ୍ରରେ ଓହ୍ଲାଇଛି । ତେବେ ଓଡିଶାରେ ବିଜେଡିର ମୁକାବିଲା ବିଜେପି ଏବଂ କଂଗ୍ରେସ ସହ ହେଉଛି । ୨୦୦୯ ପରେ ବିଜେଡି ଏକାକୀ ନିର୍ବାଚନ ମଇଦାନରେ ଓହ୍ଲାଇଛି । ୨୦୧୪ର ଲୋକସଭା ନିର୍ବାଚନରେ ଓଡିଶାର ୨୧ଟି ଆସନରୁ ୨୦ଟି ଆସନ ବିଜେଡି ଜିତିବାରେ ସକ୍ଷମ ହୋଇଥିଲା । ତେବେ ଏଥରକ ଓଡିଶାରେ ବିଜେଡି ବିରୋଧରେ ଯେଉଁ ମଜବୁତିରେ ବିଜେପି ନିର୍ବାଚନ  ଲଢୁଛନ୍ତି ।  ତାକୁ ଦୃଷ୍ଟିରେ ରଖି  ଚର୍ଚ୍ଚା ହେଉଛି କି, ନବୀନ ପଟ୍ଟନାୟକ ଉଭୟ ବିଜେପି ଏବଂ କଂଗ୍ରେସ ସାମନାରେ ଦୂରତା ବନାଇ ରଖିବାର ନୀତି କାଏମ  ରଖିପାରନ୍ତି ।

କେ ଚନ୍ଦ୍ରଶେଖର ରାଓ

ତେଲଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ ଏକାକି ନିର୍ବାଚନୀ ମଇଦାନରେ ଅଛନ୍ତି ।  ଯାହାର ବିଜେପି ଏବଂ କଂଗ୍ରେସ ସହ ସିଧା ସଳଖ ମୁକାବିଲା ହେଉଛି । ପଂଚମ ଚରଣର ଭୋଟିଂ ପରେ କେସିଆର, ଅଣ-ବିଜେପି ଏବଂ ଅଣ-କଂଗ୍ରେସ ସରକାରର ଗଠନରେ ଜୋଟି ପଡିଛି ।

ତେଲଙ୍ଗାନାର ୧୭ଟି ଲୋକସଭା ଆସନ ରହିଛି । ନିକଟର ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି  କୁହାଯାଇପାରିବ କି,  ତେଲଙ୍ଗାନାର ଲୋକସଭା ଆସନ ଉପରେ କେସିଆରର ଜାଦୁ  ଚାଲିପାରେ । ଏଭଳି ଭାବରେ ଯଦି  କୌଣସି ବି ଦଳ ବହୁମତ ନମିଳେ ତେବେ କେସିଆର କିଙ୍ଗମେକରର ଭୂମିକାରେ ଆସିପାରେ ।