ସମ୍ବଲପୁର ବରେଇପାଲି ଛକ ନିକଟରେ ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀଙ୍କ ମୃତ୍ୟୁ

୨ଟି ବାଇକରେ ୪ଜଣ ଯାଉଥିବା ବେଳେ ଅଘଟଣ

611

କନକ ବ୍ୟୁରୋ : ସମ୍ବଲପୁର ବରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ୨ଟି ବାଇକରେ ୪ଜଣ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଜଣେ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ୪ଜଣ ଯାକ ହିରାକୁଦ ଅଂଚଳର ବୋଲି ଜଣାପଡିଛି । ଦୁର୍ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।