ଉତ୍ତରପ୍ରଦେଶ ବାରାବାଙ୍କିରେ ବସକୁ ଧକ୍କା ଦେଲା ଟ୍ରକ୍ : ଦୁର୍ଘଟଣାରେ ୧୮ ଶ୍ରମିକଙ୍କ ମୃତ୍ୟୁ, ୨୦ରୁ ଅଧିକ ଗୁରୁତର

263

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବାରାବାଙ୍କିରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ରାତି ପାଖାପାଖି ୧୨ଟା ବେଳେ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେ ଉପରେ ଏକ ବସ୍ ଛିଡା ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ବସକୁ ଧକ୍କା ଦେଇଥିଲା ।

ବସରେ ୧୪୦ ଜଣ ଶ୍ରମିକ ଥିଲେ । ପଂଜାବ ଓ ହରିୟାଣାରେ କାମ କରୁଥିବା ଏହି ଶ୍ରମିକମାନେ ବିହାର ଫେରୁଥିଲେ । ବସ୍ ଖରାପ ହୋଇଯିବାରୁ ଏକ ଢାବା ପାଖରେ ଅଟକିଥିଲା । ଏହି ସମୟରେ ପଛୁପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କୁ ବାରବଂକୀ ଓ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି । ଗାଡି ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଜେସିବି ଜରିଆରେ ରେସ୍କ୍ୟୁ କରାଯାଉଛି ।