କନକ ବ୍ୟୁରୋ : ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା ଟ୍ରକ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ । ମାଆ , ଶିଶୁ ଓ ପୁଅର ମୃତ୍ୟୁ । ଅଟୋ ଚାଳକ ଗୁରୁତର ଆହତ । ଦୁର୍ଘଟଣା ପରେ ପରେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଫଗୁନାମାଲ୍ ଗ୍ରାମର ଅଟୋ ଚାଳକ ଗଣେଶ ତାଣ୍ଡି ଅଟୋରେ (ଓଡି ୩୧ ଏଫ ୭୭୨୬ ) ଚାଳକ ନିଜର ବଡ଼ ଭଉଣୀ ସୁଶିତା ନାଗ, ଭାଣିଜୀ କଳାବତୀ ନାଗ, ଭଣଜା ବାବୁଲା ନାଗଙ୍କୁ ଧରି ମନମୁଣ୍ଡା ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ବଡ଼ ଭଉଣୀ ସୁଶିତା ନାଗ, ଭାଣିଜୀ କଳାବତୀ ନାଗ, ଭଣଜା ବାବୁଲା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଅଟୋ ଚାଳକ ଗଣେଶ ତାଣ୍ଡି ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଟୋ ଯାତ୍ରୀମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ଇତସ୍ତତ ଭାବେ ପଡ଼ିଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/28-16.jpg)