କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିବାହ ଭୋଗି ଖାଇ ଘରକୁ ଫେରୁଥିବା ସମୟରେ କାରକୁ ସାମନା ପଟୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଡ୍ରାଇଭର ସେମେତ ୬ଜଣ ମହିଳା ଓ ୨ଜଣ ଶିଶୁ ଅଛନ୍ତି ।
ପୋଲିସର ସୂଚନା ମୁତାବକ, ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକେ ରବିବାର କର୍ଣ୍ଣାଟକର ବେଲୋରୀ ଗାଁଓକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ରାତିରେ ଉରୱାକୋଣ୍ଡା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସାମନା ପଟୁ କାରକୁ ଧକ୍କା ଦେଇଥିବା ଟ୍ରକର ବେଗ ଏତେ ଅଧିକ ଥିଲା ଯେ ତାହା କାର ଉପରକୁ ମାଡିଯାଇଥିଲା । ଫଳରେ କାରଟି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାସହ କାରଟି ଏପରି ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ଏଥିରୁ ଲୋକଙ୍କୁ କାଢିବା କଷ୍ଟକର ହୋଇଥିଲା । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିନଥିବା ପୋଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/aac.jpg)