ବିପଦ ସଂକେତରେ ରାଜ୍ୟର ନଦୀ । କେଉଁ କେଉଁ ନଦୀରେ କେତେ ରହିଛି ବିପଦ ସଂକେତ?

93

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ  ବଢୁଛି ବିଭିନ୍ନ ନୀଦର ଜଳସ୍ତର ।  ନରାଜରେ ମହାନଦୀ, ଆଳିପିଙ୍ଗଳରେ ଦେବୀ ପାନପୋଷରେ ବ୍ରାହ୍ମଣୀ ବଢୁଛି । ସେହିଭଳି ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି । ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ରହିଛି । ମଥାନିରେ ଜଳକା  ଓ  ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ରହିଛି । ଫଳରେ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଲଗାଣ ବର୍ଷା ଯୋଗୁଁ  ସୃଷ୍ଟି ହୋଇଥିବା ପରିସ୍ଥିତକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ଏହାଫଳରେ ରାଜ୍ୟ ରିଲିଫ କୋଡ ଅନୁସାରେ  ଲୋକଙ୍କୁ ସହାୟତା ଯୋଗାଇଦେବାକୁ  ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଆସନ୍ତା ୨୨ ତାରିଖ ସୁଦ୍ଧା କେତେ କ୍ଷୟକ୍ଷତି ହୋଇଛି ତାର ବିବରଣୀ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ  ପୀଡିତଙ୍କୁ ସହାୟତା  ଯୋଗାଇ ଦେବା ପାଇଁ ନିିର୍ଦ୍ଦେଶ ଦିଆଯାଇଛି ।

କେଉଁ ନଦୀର ଜଳସ୍ତର କେତେ ରହିଛି ?