କନକ ବ୍ୟୁରୋ : ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ୧୮ ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଦେଓରଂଜନ ସିଂଙ୍କୁ ଦାୟିିତ୍ୱ ମିଳିଛି । ଅତିରିକ୍ତ ଭାବେ ସମ୍ଭାଳିବେ ଓଏଡମାର ପରିଚାଳନା ନିର୍ଦ୍ଦେଶକ ପଦ । ସତ୍ୟବ୍ରତ ସାହୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ଅତିରିକ୍ତ ମୁଖ୍ୟ ସଚିବ । ଶକ୍ତି ବିଭାଗରୁ ବିଦା ହେଲେ ଶାଶ୍ୱତ ମିଶ୍ର । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ଶାଲିନୀ ପଣ୍ଡିତ ବିଦା । ତାଙ୍କ ସ୍ଥାନରେ କାମ କରିବେ ବିଷ୍ଣପଦ ସେଠୀ । ଉଷା ପାଢୀଙ୍କ ଗୃହ ନଗର ଉନ୍ନୟନ ବିଭାଗର ସଚିବ ଦାୟିତ୍ୱ ଓ ବାଣିଜ୍ୟ ପରିବହନ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ । ବିଶାଲ ଗଗନଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ । ଏନବିଏସ ରାଜପୁତଙ୍କୁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ସଚିବ । ଅଶ୍ୱଥ୍ୟ ଏସଙ୍କୁ ଗଣଶିକ୍ଷା ବିଭାଗର କମିଶନର ସହ ସଂପାଦକ ବିଭାଗ । ରୁପା ରୋଷନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ । ସଚିନ ରାମଚନ୍ଦ୍ରଙ୍କୁ ପର୍ଯ୍ୟଟନ ବିଭାଗ । ବଲୱନ୍ତ ସିଂଙ୍କୁ ଓଡିଶା ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ । ଯାମିନୀ ଷଡଙ୍ଗୀଙ୍କୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ।