ମହାରାଷ୍ଟ୍ରରେ ବଡ ଧରଣର ଚଢାଉ, ଆୟକର ବିଭାଗର ମାଷ୍ଟରପ୍ଲାନ। 

103

କନକ ବ୍ୟୁରୋ: ମହାରାଷ୍ଟ୍ର ଜାଲାନାରେ ଏବେ ଏମିତି କିଛି କରିଛି ଆୟକର ବିଭାଗ ଯାହାକୁ ଶୁଣିଲେ ଯିଏ କେହିବି ଆଶ୍ଚର୍ଯ୍ୟ ହେବେ । ଟିକସ ଫାଙ୍କିଥିବା ସୂଚନା ପାଇବା ପରେ ଆୟକର ବିଭାଗର ଲକ୍ଷ୍ୟ ରଖିଥିଲା କିଭଳି କଳେବଳେ କୌଶଳେ ବିପୁଳପରିମାଣର କଳାଧନକୁ ଜବତ କରାଯିବ । ତେଣୁ ସିକ୍ରେଟ ମିଶନ ପ୍ରସ୍ତୁତ କଲେ ଆୟକର ବିଭାଗ ଅଧିକାରୀ ଓ ତିଆରି କଲେ ମାଷ୍ଟରପ୍ଲାନ । ଯୋଜନା ମୁତାବକ ବରଯାତ୍ରୀ ବେଶରେ ଠିକଣା ନିକଟରେ ଅଧିକାରୀମାନେ ଏଣ୍ଟ୍ରି କଲେ । କାହାକୁ କିଛି ଯେପରି ସନ୍ଦେହ ନହୁଏ ତେଣୁ ଯେଉଁ ଗାଡି ସେମାନେ ବ୍ୟବହାର କରିଥିଲେ ସେଥିରେ ବରଯାତ୍ରୀ ଷ୍ଟିକର ଲଗାଇଥିଲେ । ଚଢାଉ ପାଇଁ କୋ ୱାଡ ଦିଆଯାଇଥିଲା ଦୁଲହମ ଲେ ଜାୟେଙ୍ଗ ।  ଅଧିକାରୀମାନେ ଏକା ସହ ୫ଟି ସ୍ଥାନରେ ଚଢାଉ କରି ପ୍ରାୟ ୩୯୦କୋଟି ଟଙ୍କା ମୂଲ୍ୟର ସମ୍ପତି ଜବତ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି –

ଠିକଣାରୁ ଜବତ ୩୯୦କୋଟିର ସମ୍ପତି

•ଠିକଣାରୁ ମିଳିଛି ୫୮କୋଟିର ନଗଦ ଟଙ୍କା

•୩୨କେଜି ସୁନା

•୧୬କୋଟିଟଙ୍କାର ବହୁମୂଲ୍ୟ ଅଳଙ୍କାର

•ଟଙ୍କା ଗଣିବା ପାଇଁ ୧୩ଟି ମେସିନର ସାହାର୍ଯ୍ୟ ନିଆଯାଇଥିଲା

•ଅଧିକାରୀଙ୍କୁ ଟଙ୍କା ଗଣିବା ପାଇଁ ୧୩ଘଂଟାର ସମୟ ଲାଗିଥିଲା

•୫ଟି ବିଜନେସ ଗ୍ରୁପର ଠିକଣା ଉପରେ ଏହି ଚଢାଉ କରିଛି ଆଇଟି

• ଆଇଟି ସ୍କାନରରେ ରହିଥିଲା ଏସଆରଜି, ଷ୍ଟିଲ,  କାଲିକା ଷ୍ଟିଲ, ଏକେ କୋ ଅପରେଟିଭି ବ୍ୟାଙ୍କ

ବଡଧରଣର ଚଢାଉ ପରେ କମ୍ପାନୀ ମାଲିକଙ୍କୁ ମାରାଥନ ଜେରା କରୁଛି ଆଇଟି। ଏହି ଚଢାଉ ପାଇଁ  ଆୟକର ବିଭାଗର ପ୍ରାୟ ୨୬୦ଜଣ ଅଧିକାରୀ ସାମିଲ ଥିଲେ । ୧୨୦ଟି ଗାଡି ବ୍ୟବହାର କରାଯାଇଥିଲା । ରେଡ ପାଇଁ ୫ଟି ଟିମ ଗଠନ କରାଯାଥିଇଲା । ଟିକସ ଚୋରି ସୂଚନା ଆଧାରରେ ହୋଇଥିଲା ଏହି ଚଢାଉ ।