ରାଜସ୍ଥାନର ଯୋଧପୁରରେ ଜନ୍ମିଥିବା ପ୍ରେରଣା ସିଂହ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତୀୟ ସ୍ଥଳସେନାରେ ମେଜର୍ ରହିଥିବା ସତ୍ତେ୍ୱ ସେ ଜଣେ ଆଦର୍ଶ ବୋହୂ , ପତ୍ନୀ ଏବଂ ମା’ ଭୂମିକା ତୁଲାଇବାରେ ପଛଘୁଞ୍ଚା ଦେଇନାହାନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ , ଶାଶୁ ଏବଂ ଶ୍ୱଶୁର ମଧ୍ୟ ତାଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରନ୍ତି । ସେ ୨୦୧୧ ରେ ଆର୍ମି ଜଏନ୍ କରିଥିଲେ ଏବଂ ବିବାହ ୫ ବର୍ଷ ପୂର୍ବେ ହୋଇଥିଲା । ତାଙ୍କ ସ୍ୱାମୀ ମନ୍ଧାନା ସିଂହ ପେସାରେ ଜଣେ ଓକିଲ ଏବଂ ଦୁହିଁଙ୍କ ୩ ବର୍ଷର ଏକ ଝିଅ ମଧ୍ୟ ରହିଛି । ତାଙ୍କ ଶାଶୂଘର ଲୋକ ମଧ୍ୟ ବୋହୂର ଏହି ସଫଳତାରେ ଖୁବ୍ ଖୁସି ଅଛନ୍ତିି । ଗାଁରୁ ତାଙ୍କ ବୋହୂ ପ୍ରଥମ ମହିଳା ଯେ ଆର୍ମିରେ ପୋଷ୍ଟେଡ୍ ରହିଛନ୍ତି ।
ପ୍ରେରଣା ଘରେ ଥିବା ସମୟରେ ରାଜପୁତଙ୍କ ପାରମ୍ପରିକ ପୋଷାକରେ ରହିବାକୁ ପସନ୍ଦ କରିଥାନ୍ତି । ତାଙ୍କୁ ଏଭଳି ପୋଷାକରେ ଦେଖି କେହି ଭାବି ବି ପାରିବେ ନାହିଁ କି ସେ ଜଣେ ଆର୍ମି ଅଫିସର । ତେବେ ପ୍ରେରଣାଙ୍କ ସଫଳତା ଏବଂ ଦାୟିତ୍ୱ ଏବେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/PRERANA.jpg)
/kanak/media/post_attachments/wp-content/uploads/2019/04/RRR-300x235.jpg)