ଭାରତରେ ସ୍ଥଳସେନାର ତୃତୀୟ ଲେଫ୍ଟିନାଣ୍ଟ୍ ଜେନେରାଲ୍ ହୋଇଥିବା ମହିଳା ହେଲେ ମାଧୁରୀ କାନିତକର : ଷ୍ଟାର୍ ପିନ୍ଧାଇଲେ ସେନାରେ କାର୍ଯ୍ୟରତ ସ୍ୱାମୀ

ଭାରତରେ ସ୍ଥଳସେନାର ତୃତୀୟ ଲେଫ୍ଟିନାଣ୍ଟ୍ ଜେନେରାଲ୍ ହୋଇଥିବା ମହିଳା ହେଲେ ମାଧୁରୀ କାନିତକର : ଷ୍ଟାର୍ ପିନ୍ଧାଇଲେ ସେନାରେ କାର୍ଯ୍ୟରତ ସ୍ୱାମୀ

ପରିବାରରେ ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁ ଦେଶ ପାଇଁ କାର୍ଯ୍ୟରତ । ବର୍ତ୍ତମାନ ପତିଙ୍କ ପରି ଥ୍ରୀ ଷ୍ଟାରର ପାଇବାର ସଫଳତା ହାସଲ କରିଛନ୍ତି ପତ୍ନୀ କାନିତକର । ପରିବାରର ଉଭୟ ପତି ଏବଂ ପତ୍ନୀ ଭାରତୀୟ ସେନାରେ ଉଚ୍ଚ ପଦବୀ ସହିତ ଥ୍ରୀ ଷ୍ଟାର ପାଇବାରେ ଦେଶର ପ୍ରଥମ ଦମ୍ପତି ହେବାର ଗୌରବ ଅର୍ଜନ କରିଛନ୍ତି। ପତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କାନିତକରଙ୍କ ପରେ ତାଙ୍କର ପତ୍ନୀ ମାଧୁରୀ କାନିତକର ଥ୍ରୀ ଷ୍ଟାର ସହିତ ଶନିବାର ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ(ମେଡିକାଲ)ର ନୂତନ ଡେପୁଟୀ ମୁଖ୍ୟ ପଦ ସମ୍ଭାଳିଛନ୍ତି। ତାଙ୍କର ପତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କାନିତକର ଆର୍ମଡ୍ କୋରପ୍ସ ଅଫିସରରୁ ଆର୍ମି କ୍ଵାର୍ଟର ମାଷ୍ଟର ଜେନେରାଲ ଭାବେ ୨୦୧୭ରେ ଅବସର ନେଇ ସାରିଛନ୍ତି।

ଥ୍ରୀ ଷ୍ଟାର ପାଇବା ପରେ ମାଧୁରୀ କାନିତକର କହିଛନ୍ତି ଯେ, ଆମର ୩୬ ବର୍ଷର ବୈବାହିକ ଜୀବନ ମଧ୍ୟରୁ ଆମେ କେବଳ ୧୨ ବର୍ଷ ଏକାଠି ରହି ପାରିଛୁ, କାରଣ ଉଭୟ ଆର୍ମଡ୍ ଫୋର୍ସ ପରି ଚ୍ୟାଲେଞ୍ଜିଂ ପଦରେ କାର୍ଯ୍ୟରତ ଥିଲୁ। କିନ୍ତୁ ଏହା ଆମର ପାରିବାରିକ ଜୀବନରେ କୌଣସି ପ୍ରଭାବ ପକାଇ ପାରି ନାହିଁ। କର୍ମ କ୍ଷେତ୍ରରେ ମଧ୍ୟ ମୋ ପତି ମୋତେ ସଂପୂର୍ଣ୍ଣ ସମର୍ଥନ କରୁଥିଲେ ଏବଂ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲେ। ମାଧୁରୀ ଜଣେ ଶିଶୁ ରୋଗ ବିଶେଷଜ୍ଞ ମଧ୍ୟ। ସୂଚନାଯୋଗ୍ୟ, ପତି ରାଜୀବ ନିଜ କାର୍ଯ୍ୟକାଳରେ ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ପୂର୍ବରୁ ରାଷ୍ଟ୍ରପତି ପଦକ ପାଇ ସାରିଥିବା ବେଳେ ମାଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡକଓ୍ଵାସଲାରେ ଏମବିବିଏସ ଛାତ୍ରୀ ଭାବେ ମଧ୍ୟ ରାଷ୍ଟ୍ରପତି ପଦକ ଜିତିଛନ୍ତି। ପରେ ପଦ୍ମାବତୀ ବୃନ୍ଦାବୋଧ ଭାରତୀୟ ବାୟୁସେନାରୁ ପ୍ରଥମ ହୋଇ ଭାରତୀୟ ସେନାରେ ସର୍ବୋଚ୍ଚ ପଦବୀ ପାଇଥିବା ଦ୍ୱିତୀୟ ମହିଳା ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe