ଲକଡାଉନ ବେଳେ ଘରୋଇ ହିଂସା ରୋକିବାକୁ କମିଶନରେଟ୍ ପୋଲିସର ବଡ ପଦକ୍ଷେପ । ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍

ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର

926

କନକ ବ୍ୟୁରୋ: ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ୍ ପୋଲିସର ବଡ ପଦକ୍ଷେପ । ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍ । ପ୍ରଥମେ କାଉନସେଲିଂ କରାଯିବ । ସମାଧାନ ନହେଲେ ମାମଲା ରୁଜୁ କରିବ ପୋଲିସ୍ । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । କରୋନା ଭାଇରସ୍‌କୁ ହରାଇବା ପାଇଁ ଲକ୍‌ ଡାଉନ୍‌ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି ।

ଏଥିପାଇଁ  ଚିନ୍ତା ପ୍ରକଟ କରିଛି କମିଶନରେଟ୍ ପୋଲିସ । ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍ । ପ୍ରଥମେ କାଉନସେଲିଂ କରାଯିବ । ସମାଧାନ ନହେଲେ ମାମଲା ରୁଜୁ କରିବ ପୋଲିସ୍ । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Comments are closed.