ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେଲେ ବଡ଼ ବଡ଼ ଶିଳ୍ପପତି। ଆଶା ଦେଖାଇଲେ ସଜ୍ଜନ ଜିନ୍ଦଲ,ଅନୀଲ ଅଗ୍ରୱାଲଙ୍କ ଭଳି ଶିଳ୍ପଦ୍ୟୋଗୀ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେଲେ ବଡ଼ ବଡ଼ ଶିଳ୍ପପତି। ଆଶା ଦେଖାଇଲେ ସଜ୍ଜନ ଜିନ୍ଦଲ,ଅନୀଲ ଅଗ୍ରୱାଲଙ୍କ ଭଳି ଶିଳ୍ପଦ୍ୟୋଗୀ।

କନକ ବ୍ୟୁରୋ: ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୨ ମଞ୍ଚରୁ ରାଜ୍ୟବାସୀଙ୍କୁ ବଡ ବଡ ଶିଳ୍ପର ସ୍ୱପ୍ନ ଦେଖାଇଛନ୍ତି ଦେଶ ବିଦେଶରୁ ଆସିଥିବା ଶିଳ୍ପପତି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମେକ୍ ଇନ୍ ଓଡିଶାର ମୋଟ ୧୪୫ଟି ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇଛି । ଏହା ଦ୍ୱାରା ରାଜ୍ୟକୁ ୭ଲକ୍ଷ ୨୬ ହଜାର ୧୨୮ କୋଟି ୪୫ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୩ଲକ୍ଷ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆଜି ଦ୍ୱିତୀୟ ଦିନରେ ୬୭ଟି ପୁଞ୍ଜିନିବେଶ ଆଗ୍ରହ ଜରିଆରେ ୫ଲକ୍ଷ ୫୦ ହଜାର ୭୪୨ କୋଟି ୨୬ଲକ୍ଷ ଟଙ୍କାର ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତିି ଶିଳ୍ପପତି । ଯାହା ଦ୍ୱାରା ୨ଲକ୍ଷ ୪୭ହଜାର ୮୯୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୂର୍ବରୁ ହୋଇଥିବା ରୋଡ ସୋ ଜରିଆରେ ମେକ୍ ଇନ୍ ଓଡିଶା ପାଇଁ ୭୮ଟି ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଯାହାକୁ ଆଜି ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି । ଏହା ଦ୍ୱାରା ରାଜ୍ୟରକୁ ୧ଲକ୍ଷ ୪୦ ହଜାର ୩୮୬ କୋଟି ୧୯ଲକ୍ଷ ଟଙ୍କା ପୁଞ୍ଜି ନିବେଶ ସମ୍ଭାବନା ରହିଛି । କନକ୍ଲେଭର ଦ୍ୱିତୀୟ ଦିନରେ ଶିଳ୍ପପତିମାନେ ପୁଞ୍ଜିନିବେଶ ନେଇ ଘୋଷଣା କରିବା ସହ ଓଡିଶାକୁ ନେଇ ସେମାନଙ୍କ ଅନୁଭୂତି ବଖାଣିଛନ୍ତି । ଅନ୍ୟପଟେ ଓଡିଶାରେ ପୁଞ୍ଜିନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ନାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe