କନକ ବ୍ୟୁରୋ: ବାତ୍ୟା ରେମାଲର ବଡ ପ୍ରଭାବ ଉତର ଭାରତରେ ଦେଖିବାକୁ ମିଳିଛି । ମଣିପୁର, ମିଜୋରମ, ଆସାମ, ଅରୁଣାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏଥିସହ ବିଭିନ୍ନ ସ୍ଥାନରେ ଦେଖାଦେଇଛି ବନ୍ୟା । ସେପଟେ ମିଜୋରମର ଏକ ପଥରଖଣିରେ ଭୁସ୍ଖଳନ ଯୋଗୁଁ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Advertisment

ମିଜୋରାମ ରାଜଧାନୀ ଆଇଜଲର । ବାତ୍ୟା ରେମାଲର ବଡ ପ୍ରଭାବ ଏଠାରେ ଦେଖିବାକୁ ମିଳିଛି । ଲଗାଣବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳର ଏକ ବଡ ପଥର ଖଣିର ଅତଡା ଖସିବା ଯୋଗୁଁ ୧୬ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପଥରଖଣିରେ କାମ କରୁଥିବା ସମୟରେ ହଠାତ ବଡ ବଡ ଅତଡା ହଠାତ ଶ୍ରମିକଙ୍କ ଉପରକୁ ଖସିପଡିଥିବା ସୂଚନା ରହିଛି ।ଘଟଣାସ୍ଥଳରେ ଆଉ କିଛି ଶ୍ରମିକ ଦବି ରହିଥିବା ଆଶଙ୍କାରେ ଚାଲିଛି ରେସ୍କ୍ୟୁ ଅପରେସନ ।ମୃତକଙ୍କ ପରିବାରଙ୍କୁ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଷୋଷଣା କରିଛନ୍ତି ମିଜୋରାମ ସରକାର ।

ଉତ୍ତରପୂର୍ବ ଭାରତରେ ବାତ୍ୟା ରେମାଲର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଆସାମ, ପଶ୍ଚିମବଙ୍ଗ ଓ ମିଜୋରାମ, ମଣିପୁର ଅନେକ କ୍ଷୟକ୍ଷତି ଘଟିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଓ ଭାରତୀୟ କୋଷ୍ଟ୍ ଗାର୍ଡ୍ ନିୟୋଜିତ ରହିଛନ୍ତି । ବନ୍ୟା ଓ ଭୁସ୍ଖଳନ ପ୍ରଭାବିତ ଅଂଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରିକୁ ସ୍ଥାନାନ୍ତର କରାଯାଇଛି ।

ବର୍ତମାନ ଦେଶରେ ପ୍ରକୃତିର ବିଚିତ୍ର ରୂପ ଦେଖିବାକୁ ମିଳିଛି ଗୋଟିଏ ଭାଗରେ ପ୍ରବଳ ଗ୍ରୀଷ୍ମ ଲହରୀ କଲବଲ କରୁଥିବାବେଳେ ଅନ୍ୟପଟେ ବାତ୍ୟା, ବନ୍ୟା, ଭୁସ୍ଖଳନରେ ଜୀବନ ନେଉଛି ।