ରାତି ଅଧରେ ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବ ସରକାରରେ ପାୱାରଫୁଲ ଥିବା ଅଧିକାରୀଙ୍କ ପ୍ରଭାବ ହ୍ରାସ, ନିକୁଞ୍ଜ ଓ ଶାଶ୍ୱତଙ୍କୁ ଗୁରୁଦାୟିତ୍ୱ ।

Advertisment
ରାତି ଅଧରେ ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବ ସରକାରରେ ପାୱାରଫୁଲ ଥିବା ଅଧିକାରୀଙ୍କ ପ୍ରଭାବ ହ୍ରାସ, ନିକୁଞ୍ଜ ଓ ଶାଶ୍ୱତଙ୍କୁ ଗୁରୁଦାୟିତ୍ୱ ।

କନକ ବ୍ୟୁରୋ : ବୁଧବାର ମୋହନ ସରକାର ସଚିବ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ୨୦୦୫ ବ୍ୟାଚର ଆଇଏଏସ୍‌ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି ହୋଇଛି। ତାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି। ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ୍‌ ତଥା ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାସ୍କରଜ୍ୟୋତି ଶର୍ମାଙ୍କୁ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ ବ୍ୟାଚ୍‌ର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୩ ବ୍ୟାଚର ଆଇଏଏସ୍‌ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ମିଳିଛି। ୧୯୯୪ ବ୍ୟାଚର ଆଇଏଏସ୍‌ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀରେ ନିଯୁକ୍ତି ମିଳିଛି। ସେହିପରି ୧୯୯୫ ବ୍ୟାଚର ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୬ ବ୍ୟାଚର ଆଇଏଏସ୍‌ ତଥା ଓଏସଏସଏସସିର ଅଧ୍ୟକ୍ଷ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍‌ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବ ସରକାରରେ ବେଶ କ୍ଷମତାଶାଳୀ ଆଇଏଏସ ଥିବା ଜି ମାଥିଭାଥନନ ଓ ଭିନିଲ କ୍ରିଷ୍ଣାଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି । ଉଭୟ ଭିନିଲ ଓ ମାଥିଭାଥନନ ପୂର୍ବ ସରକାରର ଗୁଡବୁକରେ ରହି ଆସୁିଥିଲେ । କିନ୍ତୁ ନୂଆ ସରକାରରେ ଏହି ପାୱାରଫୁଲ ଅଧିକାରୀଙ୍କ ପ୍ରଭାବକୁ ହ୍ରାସ କରାଯାଇଥିବା କୁହାଯାଉଛି । ଏପରିକି ଆଗକୁ ଆହୁରି ମଧ୍ୟ ବଡ ଧରଣର ଅଦଳବଦଲ ହେବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe