ଭୁବନେଶ୍ୱରରେ ହୁତୁହୁତୁ ହୋଇ ଜଳିଲା ବସ୍ : ସହିଦନଗର ରାସ୍ତା ଉପରେ ବସ୍ ରେ ଲାଗିଲା ନିଆଁ , ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କଲା ଦମକଳ ବାହିନୀ 

ଭୁବନେଶ୍ୱରରେ ହୁତୁହୁତୁ ହୋଇ ଜଳିଲା ବସ୍ : ସହିଦନଗର ରାସ୍ତା ଉପରେ ବସ୍ ରେ ଲାଗିଲା ନିଆଁ , ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କଲା ଦମକଳ ବାହିନୀ 

ରାସ୍ତା ଉପରେ ଜଳିଗଲା ବସ୍ । ଭୁବନେଶ୍ୱର, ସହୀଦନଗରରେ ରାସ୍ତା ଉପରେ ଠିଆ ହୋଇଥିବା ବସ୍ ରେ ହଠାତ୍ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ହୁତୁହୁତୁ ହୋଇ ବସଟି ଜଳିଯାଉଛି । publive-image

ବସର ନମ୍ବର - କେଏ୦୧ଡି୫୧୮୦ ରହିଛି । ଦମକଳ ବାହିନି ପାଣି ଢାଳି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ଯାହା ସୂଚନା ରହିଛି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି ଦମକଳ ବାହିନୀ । ତେବେ ଅଗ୍ନିକାଣ୍ଡ ପଛରେ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe