କନକ ବ୍ୟୁରୋ : ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ପାଖରେ ଥିବା ଏକ ଅଳିଆ ଗଦାରୁ ନିଆଁ ଲାଗିଥିବା କୁହାଯାଉଛି । ନିଆଁର ଭୟାବହତା ଏତେ ଥିଲା ଯେ, ଲିଭାଇବା ପାଇଁ ତିନିଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ ଫ୍ୟାକ୍ଟ୍ରି ଭିତରେ ଥିବା ଡ୍ରମ୍ ଗୁଡିକରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁ ଆୟତ ନହୋଇପାରିବାରୁ ଫ୍ୟାକ୍ଟ୍ରିରେ ଲାଗି ଯାଇଥିଲା । ଡ୍ରମରେ ନିଆଁ ଲାଗିଥିବାରୁ ସେତେଟା କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।
ସମ୍ବଲପୁର ପିଚୁ ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ । ପିଚୁ ତିଆରି କରୁଥିବା ବେଳେ ହଠାତ ଲାଗିଲା ନିଆଁ ।
/kanak/media/post_attachments/wp-content/uploads/2021/11/vlcsnap-2021-11-07-09h11m11s214.png)