ଏମସିଏଲ ଆନନ୍ଦବିହାର କ୍ଲବ ଘରେ ଭୟାନକ ଅଗ୍ନିକାଣ୍ଡ : ସର୍ଟ ସର୍କିଟରୁ ବିଳମ୍ବିତ ରାତିରେ ଲାଗିଲା ନିଆଁ; ପୋଡି ପାଉଁଶ ହୋଇଗଲା କ୍ଲବ ଘର

ଏମସିଏଲ ଆନନ୍ଦବିହାର କ୍ଲବ ଘରେ ଭୟାନକ ଅଗ୍ନିକାଣ୍ଡ : ସର୍ଟ ସର୍କିଟରୁ ବିଳମ୍ବିତ ରାତିରେ ଲାଗିଲା ନିଆଁ; ପୋଡି ପାଉଁଶ ହୋଇଗଲା କ୍ଲବ ଘର

କନକ ବ୍ୟୁରୋ : ଭୟାନକ ନିଆଁରେ ଜଳିଗଲା ଏମସିଏଲର କ୍ଲବ ଘର । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଆନନ୍ଦବିହାରରେ ଥିବା ଏମସିଏଲର କ୍ଲବ ଘରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ବୁର୍ଲା ଅଗ୍ନିଶମ ବିଭାଗକୁ ପ୍ରାୟ ୪ଘଂଟା ସମୟ ଲାଗିଥିଲା । ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, ପୁରା କ୍ଲବ ହାଉସଟି ପୋଡି ପାଉଁଶ ହୋଇଯାଇଛି । ତେବେ ଏମସିଏଲ ପକ୍ଷରୁ ଏହି ନିଆଁ କିପରି ଲାଗିଲା ତାର ତଦନ୍ତ କରାଯିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe