କଟକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା

244

କନକ ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ଜାରି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ ନିଆଁ ଯୋଗୁଁ ଚାରିଆଡେ ଧୂଆଁର ବାତାବରଣ ଖେଳିଯାଇଛି । ଯୁଆଡେ ଦେଖିବ ଖାଲି ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି । ଫଳରେ ନିଆଁକୁ ଆୟତ କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ଏଯାବତ୍ କିଛି ସୂଚନା ମଳିପାରି ନାହିଁ ଏବଂ ମେଡିକାଲରେ ଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।