ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୧୦ଟି ଦୋକାନ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

102

କନକ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ବର ମନ୍ଦିର ସମ୍ମୁଖସ୍ଥ ବଜାରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଏଥିଯୋଗୁଁ ୧୦ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡ଼ି ନାହିଁ । ବାଣ ଅଥବା ସିଗାରେଟ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏହି ଦୋକାନଗୁଡ଼ିକ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ୧୦ଟି ଦୋକାନ ଘର ପୋଡ଼ି ଯାଇଥିଲା । ଏହି ଅଘଟଣରେ ପାଞ୍ଚ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି ।