କ୍ଷୁଦ୍ର ଜଳସେଚନ ବିଭାଗରେ ବଡ ଦୁର୍ନୀତି ଅଭିଯୋଗ । ୧୧ କୋଟି ୬୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ଲିକ୍ ହେଉଛି ପାଣି ।

74

କନକ ବ୍ୟୁରୋ : ଚାଷ ଜମିକୁ ଜଳସେଚନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ କ୍ଷୁଦ୍ର ବିଭାଗର ପ୍ରକଳ୍ପକୁ ନେଇ ବଢୁଛି ସନ୍ଦେହ । ୧୧ କୋଟି ୬୨ ଲକ୍ଷ ଟଙ୍କା ନିର୍ମାଣ ହୋଇଥିବା ପ୍ରକଳ୍ପର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଲୋକେ ।

ଜଳସେଚନ ବିଭାଗରେ ବଡ କେଳେଙ୍କାରୀ । ହାତ ମାରିଲେ ଛାଡୁଛି ସିମେଣ୍ଟ । କ୍ଷୁଦ୍ର ଜଳସେଚନ ବିଭାଗରେ ବଡ ଦୁର୍ନୀତି । ୧୧ କୋଟି ୬୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ପକଳ୍ପ କାର୍ଯ୍ୟକୁ ନେଇ ବଢୁଛି ସନ୍ଦେହ । ଚିପ୍ସ ବଦଳରେ ବଡ ବଡ ମେଟାଲରେ ଭର୍ତି କରାଯାଇଛି ପ୍ରକଳ୍ପ ସ୍ଥଳ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଅଂଚଳରେ । ପ୍ରାୟ ୩୦୦ ହେକ୍ଟରରୁ ଊଦ୍ଧ୍ୱର୍ ଚାଷଜମିରେ ଜଳସେଚନ ପାଇଁ ନିର୍ମାଣ କରାଯାଇଥିବା ଏହି କେନାଲରେ ପାଣି ଲିକ୍ ହେଉଛି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଯୋଗୁ ପ୍ରକଳ୍ପ ରାଶିରୁ ବହୁ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।

ସ୍ଥାନୀୟ ଅଞ୍ଚଳରେ ଜଳସେଚନ ପାଇଁ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପକଳ୍ପର ଶିଳାନ୍ୟାସ କରିଥିଲେ । ହେଲେ ୨୦୨୦ରେ ଲଗାଣ ବର୍ଷା ଯୋଗୁ କେନାଲ ଭୁଷୁଡି ଆଖପାଖ ଗାଁ ଜଳମଗ୍ନ ହୋଇପଡିଥିଲା । ଏନେଇ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ତେଣୁ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଦୁର୍ନୀତିର ଗୁମର ଫିଟିବ ବୋଲି ଦାବି କରିଛନ୍ତି ଲୋକେ ।