ରାଜ୍ୟରେ ‘ତାଲାବନ୍ଦ’ର ଆଜି ଦ୍ୱିତୀୟ ଦିନ: ମାର୍ଚ୍ଚ ୨୯ ରାତି ୯ଟା ଯାଏ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ଲାଗି ରହିବ କଟକଣା; ଜାଣନ୍ତୁ ବନ୍ଦ ବେଳେ କଣ ପଡିଛି ବାଦ୍

1,558

କନକ ବ୍ୟୁରୋ: ରାଜ୍ୟରେ ତାଲାବନ୍ଦର ଆଜି ଦ୍ୱିତୀୟ ଦିନ । ଆସନ୍ତା ୨୯ ତାରିଖ ୯ଟା ଯାଏ କଟକ, ଭୁବନେଶ୍ୱରରେ ଏହି କଟକଣା ଜାରି ରହିବା ସହ ରାଜ୍ୟର ୫ ଜିଲ୍ଲା ଏବଂ ୮ ସହରରରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବା ସହ ଏହାସହ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ୮ଟି ସହରରରେ ଲୋକେ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବା ପାଇଁ କୁହାଯାଇଛି । ତେବେ ରାଜ୍ୟରେ ତାଲା ବନ୍ଦ ସମୟରେ କଣ ସବୁ କଟକଣା ଜାରି କରାଯାଇଛି? ଲକ୍ ଡାଉନ ସମୟରେ କଣ ଖୋଲା ରହିଛି ? ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ସେ ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ ।

ତାଲାବନ୍ଦ ବେଳେ କଟକଣା

• ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ କଟକଣା ବାବଦରେ ବିଜ୍ଞପ୍ତି

• ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା

• ରାସ୍ତାରେ ଗଡ଼ିପାରିବ ନାହିଁ ଟାକ୍ସି, ଅଟୋରିକ୍ସା

• ହସ୍ପିଟାଲ, ବିମାନବନ୍ଦର, ରେଲୱେ ଷ୍ଟେସନରୁ ଆସୁଥିବା ଗାଡ଼ି ବାଦ ପଡ଼ିବ

• ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍, ଫ୍ୟାକ୍ଟ୍ରି ବନ୍ଦ ରହିବ

• ୫ ଜିଲ୍ଲା, ୮ ସହରରେ ପେନସନ ଓ ପିଡିଏସ୍ ବଣ୍ଟନ ବନ୍ଦ

• ବିଦେଶରୁ ଆସୁଥିବା ଲୋକ ଘରେ ରହିବା ବାଧ୍ୟତାମୂଳକ

• କେବଳ ମୌଳିକ ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ନିର୍ଦ୍ଦେଶ

• ଘରୁ ବାହାରିଲା ବେଳେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିବେ

ତାଲାବନ୍ଦ ବେଳେ କ’ଣ ଖୋଲା ରହିବ ?

• କଲେକ୍ଟର, ସବ୍-କଲେକ୍ଟର, ତହସିଲ, ବ୍ଲକ ଅଫିସ୍ ଖୋଲା ରହିବ

• ଥାନା, ସ୍ୱାସ୍ଥ୍ୟ ସେବା, ପୌର ସଂସ୍ଥା, ଅଗ୍ନିଶମ ବିଭାଗ ଖୋଲା ରହିବ

• ରେଳ, ବିମାନ ସେବା ବଳବତ୍ତର ରହିବ

• ସହର ସହର ମଧ୍ୟରେ ବସ୍ ସେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ

• ବିଜୁଳି, ପାଣି, ବ୍ୟାଙ୍କ, ଏଟିଏମ୍, ପୌରସେବା ଜାରି ରହିବ

• ଖବରକାଗଜ, ଟେଲିଭିଜନ ସଂସ୍ଥା କାର୍ଯ୍ୟ ଜାରି ରଖିବେ

• ମୋବାଇଲ ଓ ଇଣ୍ଟରନେଟ୍ ସେବା, ଡାକ ସେବା ଜାରି ରହିବ

• ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ ସେବା ଜାରି ରହିବ

• ଖାଦ୍ୟ, ଔଷଧ, ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିବ

• ଖାଦ୍ୟ, ସଉଦା, କ୍ଷୀର, ପାଉଁରୁଟି, ପରିବା ପରିବହନ ବନ୍ଦ ହେବନି

• ମାଂସ, ମାଛ ପରିବହନ ସହ ସମ୍ପନ୍ଧୀୟ କାର୍ଯ୍ୟ ଜାରି ରହିବ

• ହସ୍ପିଟାଲ, ଔଷଧ ଦୋକାନ, ଚଷମା ଦୋକାନ ଖୋଲା ରହିବ

• ଏସବୁର ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ

• ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି, ଏହାର ଗୋଦାମ ଖୋଲା ରହିବ

• ଏସବୁର ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ

• ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଜାରି ରହିବ

୭ରୁ ଅଧିକ ଏକାଠି ହେବା ମନା

• ସବର୍ସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବେ ନାହିଁ

• କରୋନା ମୁକାବିଲାରେ ସହଯୋଗ କରୁଥିବା ଘରୋଇ ଅନୁଷ୍ଠାନ ଖୋଲା

• କୌଣସି ଦ୍ୱନ୍ଦ୍ୱ ହେଲେ ଜିଲ୍ଲାପାଳ, ପୌର ଅଧିକାରୀ ନିଷ୍ପତ୍ତି ନେବେ

• ପୁଲିସ୍ କମିଶନର ଓ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବେ

• ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ

• IPC ୧୮୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ

• IPC ୧୮୮ ଧାରାରେ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି