କନକ ବ୍ୟୁରୋ : ଆଜିଠୁ ବଡ଼ ପରିବର୍ତ୍ତନ । ବଦଳିବ ଅନେକ ବଡ଼ ନିୟମ । ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ । ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବ, ଏବଂ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ ।

Advertisment

ଏସବିଆଇ କରୁଛି ବଡ଼ ପରିବର୍ତ୍ତନ
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟଙ୍କା ଟ୍ରାନ୍ସଫର କରିବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏଣିକି ଆଇଏମପିଏସ୍ ଜରିଆରେ ବ୍ୟାଙ୍କ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିବା ମହଙ୍ଗା ପଡିବ ।

ବ୍ୟାଙ୍କ ଅଫ୍ ବରୋଦା ନିୟମରେ ପରିବର୍ତ୍ତନ
ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକମାନଙ୍କୁ ଫେବୃଆରୀ ୧ ତାରିଖରୁ ଚେକ୍ ପେମେଂଟ ପାଇଁ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡିବ । ଅର୍ଥାତ ଚେକ୍ ସମ୍ବନ୍ଧୀୟ ସୂଚନା ପଠାଇବା ପରେ ହିଁ ଚେକ୍ କ୍ଲିୟର ହେବ । ତେବେ ଏହି ପରିବର୍ତନ ୧୦ ଲକ୍ଷରୁ ଅଧିକ ଟଙ୍କାର ଚେକ୍ କ୍ଲିୟରାନ୍ସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ଅଧିକ ଫାଇନ୍ ନେବ ପିଏନବି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପରିବର୍ତିତ ନିୟମର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡିବ । ଯଦି ଆପଣଙ୍କ ଆକାଉଂଟରେ ଟଙ୍କା ଅଭାବ ହେତୁ କିସ୍ତି କିମ୍ବା ବିନିଯୋଗ ବିଫଳ ହୁଏ, ତେବେ ଆପଣଙ୍କୁ ୨୫୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ବଦଳିବ ଗ୍ୟାସ ସିଲିଣ୍ଡର ଦର !
ପ୍ରତିମାସର ପ୍ରଥମ ତାରିଖରେ ରୋଷେଇ ଗ୍ୟାସର ନୂଆ ଦର ଧାର୍ଯ୍ୟ କରାଯାଇଥାଏ । ତେଣୁ ଗ୍ୟାସ ଦର ନିର୍ଦ୍ଧାରଣ ଉପରେ ରହିଛି ସମସ୍ତଙ୍କ ନଜର ।