ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ନୂଆ ଏସପି ହେଲେ ସିଦ୍ଧାର୍ଥ କଟରିଆ 

Advertisment
ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ନୂଆ ଏସପି ହେଲେ ସିଦ୍ଧାର୍ଥ କଟରିଆ 

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି । ନୟାଗଡର ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଛି । ଏହାସହ ସିଦ୍ଧାର୍ଥ କଟରିଆଙ୍କୁ ନୟାଗଡର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ, ଚରଣ ସିଂ ମିନା ହେଲେ ଭଦ୍ରକ ଏସପି, ସାର୍ଥକ ଷଡଙ୍ଗୀ ହେଲେ ଡିଆଇଜି ଅନୁଗୁଳ, ପଣ୍ଡିତ ରାଜେଶ ଉତ୍ତମରାଓ ହେଲେ ଡିଆଇଜି କୋରାପୁଟ, ବି. ଗଙ୍ଗାଧର ହେଲେ ସମ୍ବଲପୁର ଏସପି, କେ.ଶିବ ସୁବ୍ରମଣି ହେଲେ ଢେଙ୍କାନାଳ ଏସପି, ରାହୁଲଙ୍କୁ ଯାଜପୁର ଏସି ଦାୟିତ୍ୱ ଦିଆଯାଇଛି ।

ଏହାସହ ମଦକର ସନ୍ଦିପ ସମ୍ପଦ ହେଲେ କେନ୍ଦ୍ରାପଡା ଏସପି, ମୁକେଶ କୁମାର ଭାମୋ ହେଲେ ରାଉରକେଲା ଏସପି, କୁଶଲକର ନୀତିନ ହେଲେ ବଲାଙ୍ଗିର ଏସପି, ବିବେକାନନ୍ଦ ଶର୍ମା ହେଲେ ରାୟଗଡା ଏସପି, ବରୁଣ ଗୁଣ୍ଟୁପାଲି ହେଲେ କୋରାପୁଟ ଏସପି, ପ୍ରହଲ୍ଲାଦ ସାହାଇ ମୀନା ହେଲେ ନବରଙ୍ଗପୁର ଏସପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe