କନକ ବ୍ୟୁରୋ : ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସହିଦ ପୋଲିସ ପରିବାରଙ୍କ ପାଇଁ ବଡ ନିଷ୍ପତି ନେଇଛନ୍ତି ମୋଦି ସରକାର । ନ୍ୟାସନାଲ ଡିଫେନ୍ସ ଫଣ୍ଡରେ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ପ୍ରଥମ ବୈଠକରେ ଅନୁମୋଦନ କରାଯାଇଛି । ଏହାଦ୍ୱାରା ଆତଙ୍କବାଦୀ ଓ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯାଇଛି ।
Our Government’s first decision dedicated to those who protect India!
Major changes approved in PM’s Scholarship Scheme under the National Defence Fund including enhanced scholarships for wards of police personnel martyred in terror or Maoist attacks. https://t.co/Vm90BD77hmpic.twitter.com/iXhFNlBCIc
— Narendra Modi (@narendramodi) May 31, 2019
ଛାତ୍ରମାନଙ୍କ ବୃତ୍ତି ରାଶି ୨୦୦୦ରୁ ୨୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଛାତ୍ରୀ ମାନଙ୍କ ବୃତ୍ତି ରାଶି ୨୨୫୦ରୁ ବୃଦ୍ଧି କରି ୩୦୦୦ ଟଙ୍କା କରାଯାଇଛି । ନିଜ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତି ବାବଦରେ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦ ପରିବାର ପାଇଁ ଏହି ନିଷ୍ପତି ସମର୍ପିତ ବୋଲି କହିଛନ୍ତି ମୋଦି ।
ଗତକାଲି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇଥିବା ବେଳେ ୫୭ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ଆଉ ଆଜି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନେଇଛି ମୋଦି ସରକାର ।